ଓଡ଼ିଆ ପୁଅ ପ୍ରମୋଦ ଜିତିଲେ ସ୍ୱର୍ଣ୍ଣ

ଓଡ଼ିଆ ପୁଅ ପ୍ରମୋଦ ଜିତିଲେ ସ୍ୱର୍ଣ୍ଣ

ଓଡ଼ିଆ ପୁଅ ପ୍ରମୋଦ ଜିତିଲେ ସ୍ୱର୍ଣ୍ଣ

ମେଟ୍ରୋ ଟିଭି ବ୍ୟୁରୋ ସେପ୍ଟେମ୍ବର/୦୫ : ଇତିହାସ ରଚିଲେ ଓଡ଼ିଆ ପୁଅ ପ୍ରମୋଦ ଭଗତ । ବ୍ୟାଡ୍‌ମିଟନ ପୁରୁଷ ଏକକ ବର୍ଗରେ ସେ ଜିତିଛନ୍ତି ସ୍ୱର୍ଣ୍ଣ ପଦକ । ଏହା ସହିତ ପ୍ରଥମ ଭାରତୀୟ ଭାବେ ସେ ପାରମ୍ପରିକ୍ସରେ ବ୍ୟାଡ୍‌ମିଣ୍ଟନରେ ସ୍ୱର୍ଣ୍ଣ ଜିତଛନ୍ତି । ଅଲମ୍ପିକ୍ସରେ ମଧ୍ୟ କୈାଣସି ଭାରତୀୟ ଏ ପର୍ଯ୍ୟନ୍ତ ବ୍ୟାଡ୍ମିଣ୍ଟନରେ ସ୍ୱର୍ଣ୍ଣ ପଦକ ଜିତି ନାହାନ୍ତି । ସେହି ଅଭାବକୁ ଆଜି ପ୍ରମୋଦ ପୂରଣ କରି ଦେଇଛନ୍ତି । ସେ ତାଙ୍କର ବିଶ୍ୱର ୧ ନମ୍ବର ଖେଳାଳି ମାନ୍ୟତାକୁ ବି ବଜାୟ ରଖିଛନ୍ତି । ପ୍ରମୋଦ ସ୍ୱର୍ଣ୍ଣ ଜିତିବା ସହିତ ଟୋକିଓ ଅଲମ୍ପିକ୍ସରେ ଭାରତ ପଦକ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି ।

ବିଶ୍ୱ ଚମ୍ପିଆନ ପରେ ପ୍ରମୋଦ ଭଗତ ୪ ଥର ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୨୦୧୮ ଏସିଆନ୍ ପାରା ଗେମ୍ସରେ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ବ୍ରୋଞ୍ଚ ପଦକ ଜିତିଥିଲେ । ୫ ବର୍ଷ ବର୍ଷ ହୋଇଥିବା ବେଳେ ପୋଲିଓର ଶିକାର ହୋଇଥିବା ପ୍ରମୋଦ ଭଗତ ହେଉଛନ୍ତି ଦେଶର ସର୍ବଶ୍ରେଷ୍ଠ ପାରା ଶଟଲର । ସେ ୪୫ଟି ଅନ୍ତର୍ଜାତୀୟ ପଦକ ଜିତିଛନ୍ତି ।
ପ୍ରମୋଦ ସ୍ୱର୍ଣ୍ଣ ପଦକ ଜିତିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଓଡ଼ଶାରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ବିଶେଷ କରି ବରଗଡ଼ ଜିଲ୍ଲାର ଅତବିରା ସ୍ଥିତ ତାଙ୍କ ଜନ୍ମମାଟି ଲୋକ ଖୁସିରେ ବିଭୋର ହୋଇଯାଇଛନ୍ତି ।

Leave a Reply

%d bloggers like this: