ଦିବ୍ୟାଙ୍ଗ ବୋଲି ଭାବୁଥିଲି ହେଲେ ଭାରତ ପାଇଁ ରୈପ୍ୟ ଆଣିବି ବୋଲି ଭାବିନଥିଲି : ସୁହାସ

ଦିବ୍ୟାଙ୍ଗ ବୋଲି ଭାବୁଥିଲି ହେଲେ ଭାରତ ପାଇଁ ରୈପ୍ୟ ଆଣିବି ବୋଲି ଭାବିନଥିଲି : ସୁହାସ

ଦିବ୍ୟାଙ୍ଗ ବୋଲି ଭାବୁଥିଲି ହେଲେ ଭାରତ ପାଇଁ ରୈପ୍ୟ ଆଣିବି ବୋଲି ଭାବିନଥିଲି : ସୁହାସ

ମେଟ୍ରୋ ଟିଭି ବ୍ୟୁରୋ ସେପ୍ଟେମ୍ବର/୦୫ : ଭୀରତୀୟ ବ୍ୟାଡମିଣ୍ଟନ ଖେଳାଳି ଓ ଗୈାତମ ବୁଦ୍ଧ ନଗର ଜିଲ୍ଲ୍‌ା ଅଧିକାରୀ ସୁହାସ୍ ଏଲ୍ ୟୁଥରାଜ ଟୋକିଓ ପାରା ଅଲମ୍ପିକରେ ସିଲଭର ଜିତି ଇତିହାସ ରଚିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ସୁହାସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ଫୋନରେ ସୁହାସଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ । କଥାହେବା ବେଳେ ସୁହାସ ପିଏମ୍ ମୋଦିଙ୍କୁ କହିଛନ୍ତି, ସେ ପୂର୍ବରୁ ଭାବୁଥିଲେ ଭଗବାନ ତାଙ୍କୁ କାହିଁକି ଦିବ୍ୟାଙ୍ଗ କଲା । ଏବେ ଭଗବାନ ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବାର ସୁଯୋଗ ଦେଇଛନ୍ତି । ଭଗବାନଙ୍କ କୃପା ଏ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆର୍ଶିବାଦରୁ ରୈାପ୍ୟ ଜିତିଥିବା କହିଛନ୍ତି ସୁହାସ ।

କର୍ଣ୍ଣାଟକର ଛୋଟ ସହର ଶିମୋଗାର ସୁହାସ କହିଛନ୍ତି ଛୋଟ ଥିବାବେଳେ ପିଲାବେଳେ କେବେ ଆଇଏସ୍ ହେବି, ଜିଲ୍ଲାପାଳ ବନିବି, ଅଲମ୍ପିକରେ ପଦକ ଜିତିବି । କିନ୍ତୁ ଭଗବାନଙ୍କ କୃପା ଏବଂ ଆଶିର୍ବାଦ ଯୋଗୁଁ ଏ ପର୍ଯ୍ୟନ୍ତ ପହଞ୍ଚି ପାରିଛି । ଟୋକିଓ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ସୁହାସଙ୍କ ସହ କଥା ହୋଇ ମନୋବଳ ବୃଦ୍ଧି କରିଥିଲେ । ମୋଦି କହିଥିଲେ ଯେ ସାମନାରେ କିଏ ଅଛି ଦେଖିବା ଦରକାର ନାହିଁ । କେବଳ ନିଜର ଶ୍ରେଷ୍ଠ ପ୍ରଦର୍ଶନ କର । ମୁଁ ଏହାକୁ ମନରେ ରଖି ଖେଳିଥିଲି ଏବଂ ପଦକ ପାଇବାରେ ସଫଳ ହୋଇଛି ବୋଲି ସୁହାସ କହିଛନ୍ତି ।

Leave a Reply

%d bloggers like this: