କାଶ୍ମୀରରେ ରହୁଥିବା ମୁସଲିମମାନଙ୍କ ପାଇଁ ସ୍ୱର ଉଠାଇବାର ଅଧିକାର ଆମର ଅଛି : ତାଲିବାନ

କାଶ୍ମୀରରେ ରହୁଥିବା ମୁସଲିମମାନଙ୍କ ପାଇଁ ସ୍ୱର ଉଠାଇବାର ଅଧିକାର ଆମର ଅଛି : ତାଲିବାନ

କାଶ୍ମୀରରେ ରହୁଥିବା ମୁସଲିମମାନଙ୍କ ପାଇଁ ସ୍ୱର ଉଠାଇବାର ଅଧିକାର ଆମର ଅଛି : ତାଲିବାନ

ମେଟ୍ରୋ ଟିଭି ବ୍ୟୁରୋ ସେପ୍ଟେମ୍ବର/୦୩ : ଆଫଗାନିସ୍ତାନକୁ କବଜା କରିବା ପରେ ତାଲିବାନ ପକ୍ଷରୁ ଭାରତର ଜମ୍ମୁକଶ୍ମୀରକୁ ନେଇ ଏକ ବଡ଼ ବୟାନ ଦିଆଯାଇଛି । ବିବସି ସହ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ତାଲିବାନ ମୁଖପାତ୍ର ସୁହେଲ ଶାହିନ କହିଛନ୍ତି ଯେ ଭାରତର କାଶ୍ମୀର ହେଉ କି ଅନ୍ୟ ଦେଶରେ ରହୁଥିବା ମୁସଲମାନଙ୍କ ପାଇଁ ଉତ୍ତୋଳନ କରିବାର ଅଧିକାର ତାଲିବାନର ରହିଛି ।

ଆମେ ସ୍ୱପ ଉତ୍ତୋଳନ କରିବୁ ଏବଂ କହିବୁ ମୁସଲମାନମାନେ ଆପଣଙ୍କ ଲୋକ, ଆପଣଙ୍କ ଦେଶରେ ନାଗରିକ । ଆପଣଙ୍କ ଆଇନ ଅନୁଯାୟୀ, ସେମାନେ ମଧ୍ୟ ସମାନ । ତେଣୁ ସେମାନଙ୍କୁ ମଧ୍ୟ ସମାନ ଅଧିକାର ମିଳିବା ଉଚିତ୍ ବୋଲି ଶାହିନ ମତ ରଖିଛନ୍ତି । ଏହା ପୂର୍ବରୁ ତାଲିବାନର ଅନ୍ୟ ଜଣେ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା କାଶ୍ମୀର ବିବାଦ ସମ୍ପର୍କରେ କହିଥିଲେ ଯେ ଏ ପ୍ରସଙ୍ଗରେ ଭାରତ ଏକ ସକରାତ୍ମକ ଆଭିମୁଖ୍ୟ ଗ୍ରହଣ କରିବା ଉଚିତ୍ ।

ସେ ଏହା ମଧ୍ୟ କହିଥିଲେ ଯେ ଭାରତ ଏବଂ ପାକିସ୍ତାନ ଏକାଠି ବସି ସମସ୍ୟାର ସମାଧାନ କରନ୍ତୁ, ଯେହେତୁ ଉଭୟ ପଡ଼ୋଶୀ ଏବଂ ସେମାନଙ୍କର ହିତ ପରସ୍ପର ସହିତ ଜଡ଼ିତ ।

Leave a Reply

%d bloggers like this: