ଶୁକ୍ରବାର ଅପରାହ୍ନରେ ରାଜଧାନୀରେ ମାରାଥନ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଶୁକ୍ରବାର ଅପରାହ୍ନରେ ରାଜଧାନୀରେ ମାରାଥନ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଶୁକ୍ରବାର ଅପରାହ୍ନରେ ରାଜଧାନୀରେ ମାରାଥନ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ମେଟ୍ରୋ ଟିଭି ବ୍ୟୁରୋ ସେପ୍ଟେମ୍ବର/୦୩ : ଶୁକ୍ରବାର ଅପରାହ୍ନରେ ରାଜଧାନୀରେ ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ । ଯାହା ମଧ୍ୟରେ ଦୁଇଟି ଅତ୍ୟାଧୁନିକ ‘ମୋ ବସ୍‌’ ଡିପୋ ସହ ୧୧୦ ଯାତ୍ରୀବାହୀ ବସ୍ ଏବଂ ଓଟିଡିସି ପକ୍ଷରୁ ନିର୍ମିତ ‘ନିମନ୍ତ୍ରଣ’ ରେସ୍ତୋରାଁ ସହ ଭିନ୍ନକ୍ଷମ ସଶକ୍ତିକରଣ ପ୍ରତିଷ୍ଠାନ ରହିବ ।
ଭୁବନେଶ୍ୱର ଉପକଣ୍ଠସ୍ଥ ପଟିଆ ଏବଂ ଭଗବାନପୁରଠାରେ ଦୁଇଟି ମୋ ବସ୍ ଡିପୋ ନିର୍ମାଣ କରାଯାଇଛି । ପଟିଆଠାରେ ୧୯ ହଜାର ଏବଂ ଭଗବାନପୁରଠାରେ ୨୩ ହଜାର ବର୍ଗମିଟର ଜାଗାରେ ଏହି ବସ୍ ଡିପୋ ପ୍ରତିଷ୍ଠା ହୋଇଛି । ଏହି ଦୁଇଟି ଡିପୋ ‘ୱାନ୍ ଷ୍ଟପ୍ ସେଣ୍ଟର’ ବୋଲି କୁହାଯାଉଛି । ରାଜ୍ୟରେ ପ୍ରଥମ ଥର ପାଇଁ ଏଭଳି ଅତ୍ୟାଧୁନିକ ବସ୍ ଡିପୋ ନିର୍ମିତ ହୋଇଥିବା କୁହାଯାଇଛି ।

ଦୁଇଟି ଡିପୋରେ ୧୨୫ଟି ଲେଖାଏଁ ବସ୍ ରହିପାରିବ । ଏଠାରେ ବସ୍ ରହିବା ସାଙ୍ଗକୁ ଆହୁରି ଅନେକ ସେବା ଉପଲବ୍ଧ ହୋଇଛି । ଫିଲିଂ ଷ୍ଟେସନ ସହ ୱାର୍କସପ୍ ସମ୍ପୂର୍ଣ୍ଣ ଡିପୋ ପାଇଁ ସୋଲାର ପ୍ୟାନେଲ୍ ବ୍ୟବସ୍ଥା ହେବା ସହ ବର୍ଷା ଜଳ ଅମଳ ପ୍ରକଳ୍ପ ଏବଂ ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ ରହିଛି ।

Leave a Reply

%d bloggers like this: