ଦୂତୀଙ୍କ ଅଭିଯୋଗରେ ୱେବ୍ ଚ୍ୟାନେଲ ସମ୍ପାଦକଙ୍କୁ ଉଠାଇ ନେଲା ପୋଲିସ

ଦୂତୀଙ୍କ ଅଭିଯୋଗରେ ୱେବ୍ ଚ୍ୟାନେଲ ସମ୍ପାଦକଙ୍କୁ ଉଠାଇ ନେଲା ପୋଲିସ

ଦୂତୀଙ୍କ ଅଭିଯୋଗରେ ୱେବ୍ ଚ୍ୟାନେଲ ସମ୍ପାଦକଙ୍କୁ ଉଠାଇ ନେଲା ପୋଲିସ

ମେଟ୍ରୋ ଟିଭି ବ୍ୟୁରୋ ସେପ୍ଟେମ୍ବର/୦୩ : ଏକ ୱେବ୍ ଚ୍ୟାନେଲର ସମ୍ପାଦକ ସୁଧାଂଶୁ ଶେଖର ରାଉତଙ୍କୁ ଆଜି ଉଠାଇ ନେଇଛି ପୋଲିସ । ଆଥେଲେଟ୍ ଦୂତୀ ଚାନ୍ଦଙ୍କ ଏତଲା କ୍ରମେ ଭୁବନେଶ୍ୱର ମହିଳା ଥାନା ପୋଲିସ ସୁଧାଂଶୁଙ୍କୁ ତାଙ୍କ ଝାରପଡ଼ା ସ୍ଥିତ ଅଫିସ୍‌ରୁ ଉଠାଇ ନେଇଛି । ଦୂତୀ ଅଭିଯୋଗ କରିଥିଲେ ଯେ ତାଙ୍କ ବିରୋଧରେ ସୁଧାଂଶୁ ନିଜ ୱେବ୍ ଚ୍ୟାନେଲ ସଦାବେଳେ ଅପମାନଜନକ ଖବର ପ୍ରସାରଣ କରୁଛି ।

ଭୁବନେଶ୍ୱର ଡିସିପି ଉମାଶଙ୍କର ଜାଶ କହିଛନ୍ତି, ସୁଧାଂଶୁଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି । ତାଙ୍କ ଅଫିସରୁ କମ୍ପ୍ୟୁଟର ଓ ଅନ୍ୟାନ୍ୟ କିଛି ଜିନିଷ ଜବତ କରାଯାଇଛି ।

ଦୂତୀ ଅଭିଯୋଗ କରିଛନ୍ତି ଯେ ଯେଉଁ ପରିଶ୍ରମ କରି ସେ ମାନ-ସମ୍ମାନ ଅର୍ଜନ କରିଛନ୍ତି, ତାକୁ କେତେକ କୁଚକ୍ରି ଗୋଷ୍ଠୀ ନଷ୍ଟ କରିଦେବାକୁ ଚେଷ୍ଟା କରୁଛନ୍ତି । ସୁଧାଂଶୁ ଶେଖର ଭାରତ ପ୍ରତି ମୁହୁର୍ତ୍ତରେ ତାଙ୍କ ପରିବାର ଲୋକଙ୍କ ଉପରେ ଚାପ ପକାଇ ତାଙ୍କ ବିରୋଧରେ ବାବାଦୀୟ ଖବର ପରିବେଷଣ କରୁଛନ୍ତି ।

Leave a Reply

%d bloggers like this: