ଛୋଟ କେସ୍ ଧରି ଗୃହ ଅଚଳ କରୁଛନ୍ତି ବିରୋଧୀ, ଲୋକଙ୍କ ପ୍ରସଙ୍ଗ ଉଠାନ୍ତୁ : ପ୍ରମିଳା ମଲ୍ଲିକ

ଛୋଟ କେସ୍ ଧରି ଗୃହ ଅଚଳ କରୁଛନ୍ତି ବିରୋଧୀ, ଲୋକଙ୍କ ପ୍ରସଙ୍ଗ ଉଠାନ୍ତୁ : ପ୍ରମିଳା ମଲ୍ଲିକ

ଛୋଟ କେସ୍ ଧରି ଗୃହ ଅଚଳ କରୁଛନ୍ତି ବିରୋଧୀ, ଲୋକଙ୍କ ପ୍ରସଙ୍ଗ ଉଠାନ୍ତୁ : ପ୍ରମିଳା ମଲ୍ଲିକ

ମେଟ୍ରୋ ଟିଭି ବ୍ୟୁରୋ ସେପ୍ଟେମ୍ବର/୦୩ : ଷ୍ଟାଫ୍ ସିଲେକ୍ସନ କମିଶନ ଦୁର୍ନିତୀ ପ୍ରସଙ୍ଗରେ ଆଜି ଗୃହରେ ହୋହାଲ୍ଲା କରିଛି କଂଗ୍ରେସ । ଏହାପରେ ଅପରାହ୍ନ ୪ଟା ଯାଏଁ ବାଚସ୍ପତି ଗୃହ ମୁଲତବି କରିଛନ୍ତି । ତେବେ ବିଧାନସବା ମୁଲତବି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ୍ । ସେ କହିଛନ୍ତି ଯେ, ପ୍ରତି ନିର୍ବାଚନ ମଣ୍ଡଳୀର ଚାଷୀ, କୋଭିଡ୍‌, ମରୁଡ଼ି ଭଳି ବହୁ ପ୍ରସଙ୍ଗ ଅଛି । କିଛି କ୍ରିମିନାଲ କେସ୍ ସହ ଛୋଟ କେସ୍ ଧରି ଗୃହ ଅଛଳ କରୁଛନ୍ତି ବିରୋଧୀ । ଛୋଟ କ୍ରିମିନାଲ କେସ୍ ଆଲୋଚନା ପାଇଁ ଲୋକ ପଠାଇନାହାନ୍ତି । ସଠିକ୍ ଫୋରମରେ ପ୍ରସଙ୍ଗ ଆଣିଲେ ସରକାର ସବୁବେଳେ ଆଲୋଚନା ପାଇଁ ପସ୍ତୁତ ।

ପ୍ରମିଳା ମଲ୍ଲିକ୍ ପୁଣି କହିଛନ୍ତି ଯେ, ବିରୋଧୀଙ୍କ ଭିତରେ ବାଗୁଡି଼ ଖେଳ ଚାଲିଛି । ସେମାନେ ଆଲୋଚନା କରି ପ୍ରସଙ୍ଗ ଆଣିବା କଥା । ନିଦ୍ଧିଷ୍ଟ ଭାବେ କିଛି କଥା ନ କହି ଲୋକଙ୍କ କାମରେ ଲାଗୁନଥିବା କଥାକୁ ଉଠାଇଛନ୍ତି । ଯେଉଁ ପ୍ରସଙ୍ଗ ଉଠାନ୍ତୁ । ବିରୋଧୀ ଥାନା କୋର୍ଟ କଚେରୀ ହୋଇ ନିଷ୍ପତ୍ତି ନେଉଛନ୍ତି । ଲୋକଙ୍କ ସ୍ୱାର୍ଥ ପାଇଁ ଯେଉଁ କଥା ଆସିବ ସରକାର ଆଲୋଚନା କରିବା ପାଇଁ ପ୍ରସ୍ତୁତ । ବିରୋଧୀଙ୍କ ଭିତରେ ବାଗୁଡ଼ି ଖେଳ ଚାଲିଛି ।

Leave a Reply

%d bloggers like this: