ଦିଲ୍ଲୀ ବିଧାନସଭାରୁ ଲାଲକିଲ୍ଲାକୁ ଥିଲା ଗୁପ୍ତ ସୁଡ଼ଙ୍ଗ, ସ୍ୱାଧିନତା ସଂଗ୍ରାମୀମାନଙ୍କୁ ନବା ଆଣିବା ଲାଗି ବ୍ୟବହାର ହେଉଥିଲା

ମେଟ୍ରୋ ଟିଭି ବ୍ୟୁରୋ ସେପ୍ଟେମ୍ବର/୦୩ : ଦିଲ୍ଲୀ ବିଧାନସଭାରୁ ଲାଲକିଲ୍ଲାକୁ ଥିଲା ଗୁପ୍ତ ସୁଡ଼ଙ୍ଗ । ଖୋଦ ରାଜଧାନୀ ଦିଲ୍ଲୀର ମଧ୍ୟଭାଗରେ ଏକ ପୁରାତନ ଦୀର୍ଘ ସୁଡ଼ଙ୍ଗର ଆବିଷ୍କାର ପରେ ଦିଲ୍ଲୀରେ ଚାଞ୍ଚଲ୍ୟ ଖେଳିଛି । ଦିଲ୍ଲୀ ବିଧାନସଭା ବାଚସ୍ପତି ରାମ ନିବାସ ଗୋୟଲ କହିଛନ୍ତି ଅତୀତରେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଏହି ସୁଡ଼ଙ୍ଗ ଦେଇ ଲାଲକିଲ୍ଲା ନିଆଯାଉଥିଲା । ଲୋକଙ୍କ ଭିତରେ ଯେପରି ଉତ୍ତେଜନା ପ୍ରକାଶ ପାଇବ ନାହିଁ ତାହାକୁ ନଜରରେ ରଖି ଏହି ପଦକ୍ଷେପ ନିଆଯାଉଥିଲା ।

ସେ କହିଛନ୍ତି ୧୯୯୩ରେ ସେ ବିଧାୟକ ହୋଇଥିବାବେଳେ ଏହି ସୁଡ଼ଙ୍ଗ ସମ୍ପର୍କରେ ଜାଣିଥିଲେ । ବର୍ତ୍ତମାନ ଏହି ସୁଡ଼ଙ୍ଗର ମୁହଁ ଠାବ ହୋଇଛି । ମାତ୍ର ଏହାକୁ ଖୋଲିବା ସମ୍ଭବ ହେବନାହିଁ । କାରଣ ଏହି ସୁଡ଼ଙ୍ଗର ଅଧିକାଂଶ ସ୍ଥାନ ଧସିଗଲାଣି । ଗୋୟଲ ଆହୁରି କହିଛନ୍ତି ୧୯୧୨ରେ ଭାରତର ରାଜଧାନୀ କୋଲକାତାରୁ ଦିଲ୍ଲୀକୁ ସ୍ଥାନାନ୍ତର ହୋଇଥିଲା । ବର୍ତ୍ତମାନର ଦିଲ୍ଲୀ ବିଧାନସଭା ସେତେବେଳେ ସେଣ୍ଟ୍ରାଲ ଲେଜିସଲେଟିଭ ଆସେମବ୍ଲି ଭାବେ ଅବସ୍ଥାପିତ ହୋଇଥିଲା । ୧୯୨୬ରେ ଏହାକୁ ଏକ କୋର୍ଟରେ ପରିଣତ କରାଯାଇଥିଲା । ସ୍ୱାଧିନତା ସଂଗ୍ରାମୀମାନଙ୍କୁ ନେବା ଆଣିବା ଲାଗି ଏହି ଟନେଲ ଖୋଳାଯାଇଥିଲା ।

Leave a Reply

%d bloggers like this: