ପଞ୍ଚଭୂତରେ ଲୀନ ହେଲେ ସିଦ୍ଧାର୍ଥ ଶୁକ୍ଳା

ପଞ୍ଚଭୂତରେ ଲୀନ ହେଲେ ସିଦ୍ଧାର୍ଥ ଶୁକ୍ଳା

ପଞ୍ଚଭୂତରେ ଲୀନ ହେଲେ ସିଦ୍ଧାର୍ଥ ଶୁକ୍ଳା

ମେଟ୍ରୋ ଟିଭି ବ୍ୟୁରୋ ସେପ୍ଟେମ୍ବର/୦୩ : ପଞ୍ଚଭୂତରେ ବିଲୀନ ହେଲେ ବଲିଉଡର ହ୍ୟାଣ୍ଡସମ୍ ହିରୋ ସିଦ୍ଧାର୍ଥ ଶୁକ୍ଳା । ମୃତ୍ୟୁ ବେଳକୁ ତାଙ୍କୁ ୪୦ ବର୍ଷ ବୟସ ହୋଇଥିଲା । ମୁମ୍ବାଇର ଓଶିୱାରା ଶ୍ମଶାନ ଘାଟରେ ହୋଇଛି ସିଦ୍ଧାର୍ଥଙ୍କ ଶେଷକୃତ୍ୟ । ସିଦ୍ଧାର୍ଥଙ୍କ ଶେଷକୃତ୍ୟରେ ତାଙ୍କ ମାଆ ଏବଂ ଭଉଣୀଙ୍କ ସହ ତାଙ୍କ ସାଙ୍ଗ ସେହେନାଜ୍ ମଧ୍ୟ ଉପସ୍ଥିତ ରହିଛନ୍ତି । ଅନେକ ବଡ଼ ବଡ଼ ଅଭିନେତା ସାମିଲ ହୋଇଛନ୍ତି ସିଦ୍ଧାର୍ଥଙ୍କ ଶେଷକୃତ୍ୟ କାର୍ଯ୍ୟକ୍ରମରେ ।

ତେବେ ବଲିଉଡର ହ୍ୟାଣ୍ଡସମ ହିରୋଙ୍କ ମଧ୍ୟରେ ଜଣେ ଥିଲେ ସିଦ୍ଧାର୍ଥ । ହାର୍ଟଆଟାକ ଆସିବା କାରଣରୁ ତାଙ୍କର ଗତକାଲି ମୃତ୍ୟୁ ହୋଇଥିଲା । ସିଦ୍ଧାର୍ଥ ବିଗ୍ ବସ୍ ସିଜିନ୍ ୧୩ର ଟାଇଟଲ ହାତେଇଥିଲେ । ମୃତ୍ୟୁ କେତେବେଳେ ବି ଆସିବ ତାହା କହି ହେବ ନାହିଁ । ଗତକାଲି ଲୋକଙ୍କୁ ମନୋରଞ୍ଜନ କରିଥିବା ବଲିଉଡ ହିରୋ ଆଜି ପଞ୍ଚଭୂତରେ ଲୀନ ହୋଇଛନ୍ତି । ଜୀବନ ଏବଂ ମୃତ୍ୟୁ ଭିତରେ ମାତ୍ର କିଛି କ୍ଷଣର ବ୍ୟବଧାନ ଆଜି ବଲିଉଡ ମୋଷ୍ଟ ହ୍ୟାଣ୍ଡସମ ହିରୋ ସିଦ୍ଧାର୍ଥ ଶୁକ୍ଳାଙ୍କ ପାଇଁ ପୂରଣ ହୋଇଛି । ୪୦ ବର୍ଷ ବୟସରେ ତାଙ୍କ ମୃତ୍ୟୁ ଖବର ପୂରା ବଲିଉଡ ଏବଂ ଟିଭି ଇଣ୍ଡଷ୍ଟ୍ରି ଦୁଃଖର ସାଗରରେ ଭସାଇ ନେଇଛି ।

Leave a Reply

%d bloggers like this: