କାବୁଲରେ ରହିବ ଚୀନର ଦୂତାବାସ, ତାଲିବାନକୁ ବଢ଼ାଇବ ସହାୟତାର ହାତ

କାବୁଲରେ ରହିବ ଚୀନର ଦୂତାବାସ, ତାଲିବାନକୁ ବଢ଼ାଇବ ସହାୟତାର ହାତ

କାବୁଲରେ ରହିବ ଚୀନର ଦୂତାବାସ, ତାଲିବାନକୁ ବଢ଼ାଇବ ସହାୟତାର ହାତ

ମେଟ୍ରୋ ଟିଭି ବ୍ୟୁରୋ ସେପ୍ଟେମ୍ବର/୦୩ : କାବୁଲରେ ରହିବ ଚୀନର ଦୂତାବାସ । ଯୁଦ୍ଧଗ୍ରସ୍ତ ଦେଶକୁ ଫଣ୍ଡ ସହାୟତା କରିବ ଚୀନ । ତାଲିବାନର ପ୍ରବକ୍ତା ସୁହୈଲ ଶାହୀନ ଟ୍ୱିଟ୍ କରି କହିଛନ୍ତି ଯେ, କତରର ରାଜଧାନୀ ଦୋହାରେ ଇସଲାମିକ୍ ସମୂହର ସହସ୍ୟ ଅଦୁଲ ସଲାମ ହନଫି ଚୀନର ଉପବୈଦେଶିକ ମନ୍ତ୍ରୀ ବୁ ଜିୟାଙ୍ଗଘଓଙ୍କ ସହ ଆଲୋଚନା କରିଥିଲେ । ଏହି ସମୟରେ ଚୀନ କାବୁଲରେ ଦୂତବାସ ଜାରି ରଖିବ ଏହଂ ତାଲିବାନ ସହ ସୁସମ୍ପର୍କ ସ୍ଥାପନ କରିବ ବୋଲି ଚୀନର ଉପବୈଦେଶିକ ମନ୍ତ୍ରୀ କହିଥିଲେ ।

ମହାମାରୀ କରୋନାକୁ ଦୃଷ୍ଟିରେ ରଖି ଆଫଗାନିସ୍ଥାନରେ ଚୀନ ସହେଯାଗର ହାତ ବଢ଼ାଇଛି । ଚୀନ ଉପରେ ତାଲିବାନ ସମ୍ପୂର୍ଣ୍ଣ ରୂପେ ନିର୍ଭର । କାରଣ ଚୀନ ସବୁଠୁ ଭରଷାଯୋଗ୍ୟ ବୋଲି ତାଲିବାନ କହିଛି । । ଅପରପକ୍ଷରେ ଆଫଗାନିସ୍ତାନ ୩ ଟ୍ରିଲିୟନ ଖଣିଜ ସମ୍ପଦ ରହିଛି । ଏହା ଉପରେ ଚୀନର ନଜର ରହିଛି । ତେବେ ଆଫଗାନିସ୍ତାନରେ ଚୀନ ବିରୋଧରେ କୈାଣସି କାର୍ଯ୍ୟକଳାପ ହେବନାହିଁ ବୋଲି ତାଲିବାନ ନିର୍ଦ୍ଦେଶ ଦେଇଛି ।

ପ୍ରକାଶ ଥାଉକି, ଆଫଗାନିସ୍ତାନରେ ଆଜି ସରକାର ଗଠନ କରିବ ତାଲିବାନ । ଆଫଗାନିସ୍ତାନକୁ କବ୍‌ଜା କରିବାର ଦୁଇ ସପ୍ତାହ ପରେ ଆଜି ତାଲିବାନ ନୂଆ ସରକାର ଗଠନ କରିବାକୁ ଯାଉଛି । ଜୁମେରେ ନମାଜ ପରେ ନୂଆ ସରକାର ଓ କ୍ୟାବିନେଟ୍ ବିଷୟରେ ଘୋଷଣା ହେବ । ମୁଲ୍ଲା ହେବତୁଲ୍ଲାହ ଅଖୁନ୍ଦଜାଦା ଆଫଗାନିସ୍ତାନର ସୁପ୍ରିମ ଲିଡର ହେବେ ବୋଲି ମଧ୍ୟ ଜଣାପଡ଼ିଛି ।

Leave a Reply

%d bloggers like this: