ସ୍ୱର୍ଣ୍ଣ ପରେ ଭାରତକୁ ବ୍ରୋଞ୍ଚ୍ ଦେଲେ ଅବନୀ

ସ୍ୱର୍ଣ୍ଣ ପରେ ଭାରତକୁ ବ୍ରୋଞ୍ଚ୍ ଦେଲେ ଅବନୀ

ସ୍ୱର୍ଣ୍ଣ ପରେ ଭାରତକୁ ବ୍ରୋଞ୍ଚ୍ ଦେଲେ ଅବନୀ

ମେଟ୍ରୋ ଟିଭି ବ୍ୟୁରୋ ସେପ୍ଟେମ୍ବର/୦୩ : ପୁଣି ପଦକ ଜିତିଲେ ଅବନୀ ଲେଖରା । ୫୦ ମିଟର ରାଇଫଲ ପ୍ରତିଯୋଗିତାରେ ସେ ବ୍ରୋଞ୍ଚ୍ ପଦକ ଜିତିଛନ୍ତି । ଏହା ପୂର୍ବରୁ ଅବନୀ ମହିଳାଙ୍କ ଆର୍‌-୨ ୧୦ ମିଟର ଏୟାର୍ ରାଇଫଲ୍ କ୍ଲାସ୍ ଏସ୍‌ଏଚ୍‌-୧ରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ । ସେ ପାରା ଅଲମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବାର ପ୍ରଥମ ଭାରତୀୟ ମହିଳା ହୋଇଛନ୍ତି । ଏବେ ବୋଞ୍ଚ ପଦକ ଜିତି ଅବନୀ ଆଉ ଏକ ଇତିହାସ ରଚିଛନ୍ତି । ଅବନୀ ଭାରତର ପ୍ରଥମ ଆଥଲେଟ୍ ଭାବେ କୈାଣସି ପାରାଅଲମ୍ପିକ୍ସରେ ଡବଲ୍ ପଦକ ଜିତିବାର ଗୈାରବ ଅର୍ଜନ କରିଛନ୍ତି ।

ଆଜି ଇଭେଣ୍ଟରେ ୧୯ ବର୍ଷୀୟା ଅବନୀ ୪୪୫.୯ ସ୍କୋର ସହ ତୃତୀୟ ସ୍ଥାନରେ ରହି ଏହି ପଦକ ନିଜ ନାଁରେ କରିଛନ୍ତି । ଏହି ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଚାଇନାର କୁଇପିଙ୍ଗ୍ ଝାଙ୍ଗ । ସେ ଫାଇନାରେ ୪୫୭.୯ ସ୍କୋର ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ଜର୍ମାନୀର ନତାଶା ହିଲଟ୍ରପ୍ ୪୫୭.୧ ସ୍କୋର ସହ ରୈାପ୍ୟ ପଦକ ଜିତିଛନ୍ତି ।

Leave a Reply

%d bloggers like this: