ଖୁଆଡ଼ରୁ ଖସିଗଲା ମହାବଳ ବାଘ, ନନ୍ଦନକାନନରେ ଆତଙ୍କ

ଖୁଆଡ଼ରୁ ଖସିଗଲା ମହାବଳ ବାଘ, ନନ୍ଦନକାନନରେ ଆତଙ୍କ

ଖୁଆଡ଼ରୁ ଖସିଗଲା ମହାବଳ ବାଘ, ନନ୍ଦନକାନନରେ ଆତଙ୍କ

ମେଟ୍ରୋ ଟିଭି ବ୍ୟୁରୋ ସେପ୍ଟେମ୍ବର/୦୨ : ଖୁଆଡ଼ରୁ ଖସିଗଲା ମହାବଳ ବାଘ ସୂରଜ । ଏହି ଖବର ପ୍ରଚାରିତ ହେବା ପରେ ନନ୍ଦନକାନନରେ ଆଜି କିଛି ସମୟ ପାଇଁ ଖେଳି ଯାଇଥିଲା ଆତଙ୍କ । ତେବେ କିଛି ସମୟ ମଧ୍ୟରେ କର୍ମଚାରୀ ଖୋଜାଖୋଜି କରି ସୂରଜକୁ ସେହି ସଫାରୀ ଭିତରୁ ହିଁ ପାଇଥିଲେ ବୋଲି ଜଣାପଡ଼ିଛି ।
ସଫାରୀରେ ଥିବା ବାଘକୁ ଖାଇବାକୁ ଦେବା ପାଇଁ ନିୟୋଜିତ କର୍ମଚାରୀ ଯାଇଥିଲେ । ମାତ୍ର ଜାଲିରେ ଛିଦ୍ର ହୋଇଥିବା ଦେଖି ବାଘ ବାହାରିଯାଇଥିବା ସନ୍ଦେହ କରିଥିଲେ । ଏକ୍ସପର୍ଟ ଟିମ୍‌ଙ୍କ ଦ୍ୱାରା ଖୋଜାଖୋଜି କରିବା ପରେ ପ୍ରାୟ ୧୦ରୁ ୧୫ମିନିଟ୍ ମଧ୍ୟରେ ବାଘକୁ ଠାବ କରାଯାଇଥିଲା । ଏବେ ସ୍ଥିତି ସ୍ୱାଭାବିକ ଥିବା କହିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ ।

ବାଘ ସଫାରୀରୁ ଗାଏବ ଥିବା ଖବର ପ୍ରଚାରିତ ହେବାପରେ ନନ୍ଦନକାନନରେ ଉପସ୍ଥିତ ଥିବା ପର୍ଯ୍ୟଟକ ବେଶ୍ ଡରି ଯାଇଥିଲେ । ହେଲେ ତତ୍‌କ୍ଷଣାତ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା ବୋଲି କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି । ବାଘ ଭଳି ପ୍ରାଣୀଙ୍କ କ୍ଷେତ୍ରରେ ଏଭଳି ଆଚରଣ ସାମାନ୍ୟ । ଜଙ୍ଗଲି ଜନ୍ତୁ ହୋଇଥିବାରୁ କେତେବେଳେ କିଭଳି ଆଚରଣ ଦେଖାଇବ, ତାହା ଆକଳନ କରିବା କଷ୍ଟକର ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି ।
ଅଧିକ ଜାଣିବା ପାଇଁ ଏହି ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ

Leave a Reply

%d bloggers like this: