ବିଳମ୍ବିତ ରାତିରେ ଦୁର୍ବୃତ୍ତଙ୍କ ଆତଙ୍କରାଜ, ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ଼

ବିଳମ୍ବିତ ରାତିରେ ଦୁର୍ବୃତ୍ତଙ୍କ ଆତଙ୍କରାଜ, ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ଼

ବିଳମ୍ବିତ ରାତିରେ ଦୁର୍ବୃତ୍ତଙ୍କ ଆତଙ୍କରାଜ, ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ଼

ମେଟ୍ରୋ ଟିଭି ବ୍ୟୁରୋ ସେପ୍ଟେମ୍ବର/୦୨ : ଖଲ୍ଲିକୋଟ ଥାନା ଅଞ୍ଚଳରେ ପୁଣି ଦୁର୍ବୁତ୍ତଙ୍କ ଆତଙ୍କରାଜ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କହ୍ନେଇପୁର ଗାଁର ରଞ୍ଜିତ ପଟ୍ଟନାୟକଙ୍କ ଘର ଉପରୁ ଗୁଳିମାଡ଼ ହୋଇଛି । ତେବେ ଦୁର୍ଘଟଣାରେ କେହି ଆହତ ହୋଇଥିବା ବେଳେ ଘଟଣାରେ ପୋଲିସ ପହଁଞ୍ଚି ଛାନ୍ ଭିନ୍ ଜାରି ରଖିଛି ।

ଖବର ଅନୁଯାୟୀ, ବୁଧବାର ରାତିରେ ୪ରୁ ଅଧିକ ଦୁର୍ବୁତ୍ତମାନେ ଘର ପାଚେରୀ ଡେଇଁ ରଞ୍ଜିତଙ୍କ କବାଟ ବାଡ଼େଇଥିଲେ । ରଞ୍ଜିତ ଭୟରେ କବାଟ ଖୋଲିଥିଲେ । ଯାହାଫଳରେ ଦୁର୍ବୁତ୍ତମାନେ ଘର କବାଟକୁ ୩ ରାଉଣ୍ଡ ଗୁଳି ଚଳାଇଥିଲେ । ଘଟଣାସ୍ଥଳରେ ଗଞ୍ଜାମ ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର, ଏସଡିପିଓ ଗୈାତମ କିଷାନ, ଖଲ୍ଲିକୋଟ ପୋଲିସ ସମେତ ସାଇଣ୍ଟିଫିକ ଟିମ୍ ପହଁଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି । ତେବେ ଘଟଣାସ୍ଥଳରେ ପୋଲିସ ଗୁଳିର ୩ଟି ଖୋକା ଜବତ କରିଛି । ରଞ୍ଜିତଙ୍କ ଘର ଉପରକୁ ୩ରାଉଣ୍ଡ ଗୁଳି ଫୁଟିଥିବା ଜଣାପଡ଼ିଛି । ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ରଞ୍ଜିତଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ସେପଟେ ପୋଲିସ ମଧ୍ୟ ମାମଲାରେ କୈାଣସି ପ୍ରତିକ୍ରିୟା ଦେଇନାହିଁ ।

Leave a Reply

%d bloggers like this: