ବିଲ୍ଡରଙ୍କୁ ଅପହରଣ କଲେ, କାର୍ ଭିତରେ ଖଣ୍ଡାରେ ହାଣିଲେ

ବିଲ୍ଡରଙ୍କୁ ଅପହରଣ କଲେ, କାର୍ ଭିତରେ ଖଣ୍ଡାରେ ହାଣିଲେ

ବିଲ୍ଡରଙ୍କୁ ଅପହରଣ କଲେ, କାର୍ ଭିତରେ ଖଣ୍ଡାରେ ହାଣିଲେ

ମେଟ୍ରୋ ଟିଭି ବ୍ୟୁରୋ ସେପ୍ଟେମ୍ବର/୦୨ : ରାଜଧାନୀ ନୂଆପଲ୍ଲୀ ଥାନା ଅନ୍ତର୍ଗତ ସିଆରପି ଛକରୁ ଜଣେ ବିଲ୍ଡରଙ୍କୁ ଅପହରଣ କଲେ । କାର୍ ଭିତରେ ଖଣ୍ଡାରେ ହାଣିଲେ । ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଛାଡ଼ି ଚମ୍ପଟ ମାରିଲେ ଅଭିଯୁକ୍ତ । ଏଭଳି ଆକ୍ରମଣର ଶିକାର ହୋଇଛନ୍ତି ଭଞ୍ଜନଗର ଅଞ୍ଚଳର ବିଲ୍ଡର ରାହୁଲ ସ୍ୱାଇଁ । ସେ ବର୍ତ୍ତମାନ ଏମ୍‌କେସିଜି ଅସ୍ଥିଶଲ୍ୟ ବିଭାଗ ୫୨୫ ନମ୍ବର ଶଯ୍ୟାରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ବାମ ଗୋଡ଼ର ଜଙ୍ଘରୁ ଆଣ୍ଠୁ ପର୍ଯ୍ୟନ୍ତ ଦୁର୍ବୁତ୍ତମାନେ ଖଣ୍ଡାରେ ହାଣି ଦେଇଛନ୍ତି ।

ମିଳିଥିବା ସୂଚନା ମୁତାବକ, ରାହୁଲ ୧୨ ବର୍ଷ ହେଲା ଭୁବନେଶ୍ୱର ଓ କୋଲକାତାରେ ଜେ.କେ ଇନ୍‌ଫ୍ରା ନାମକ ଏକ ବିଲ୍ଡର ସଂସ୍ଥା ଖୋଲିଛନ୍ତି । ଗତ ରବିବାର ସେ କୋଲକାତାରୁ କାମ ସାରି ଭୁବନେଶ୍ୱରକୁ ଟ୍ରେନ୍ ଯୋଗେ ଫେରିଥିଲେ । ଭୁବନେଶ୍ୱର ଷ୍ଟେସନରୁ ବାଇକ୍‌ରେ ଘରକୁ ଯାଉଥିବା ବେଳେ ୪ରୁ ୫ଜଣ ତାଙ୍କୁ ଉଠାଇ କାର୍‌ରେ ବସାଇ ବ୍ରହ୍ମପୁର ନେଇଥିଲେ । ହେଲେ କାର୍ ଭିତରେ ରାହୁଲ ପ୍ରତିବାଦ କରିବାରୁ ଖଣ୍ଡାରେ ତାଙ୍କ ଜଙ୍ଘ ଓ ଆଣ୍ଠୁକୁ ହାଣିଦେଇଥିଲେ । ପ୍ରବଳ ରକ୍ତସ୍ରାବ ହେବାରୁ କିଛି ଉପାୟ ନ ପାଇ ଦୁର୍ବୁତମାନେ ତାଙ୍କୁ ନୂଆ ଏମ୍‌କେସିଜିରେ ଭର୍ତ୍ତି କରିଥିଲେ । ଏହାପରେ ସମସ୍ତେ ସେଠାରୁ ଫେରାର ହୋଇଯାଇଥିଲେ ।

ସିଆରପି ଛକରେ ରବିବାର ରାତିରେ ରାହୁଲଙ୍କ ବାଇକ୍ ରାସ୍ତା କଡ଼ରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକ ପୋଲିସକୁ ଫୋନ କରିଥିଲେ । ପିସିଆର ଭ୍ୟାନ୍ ଘଟଣାସ୍ଥଳରେ ପହଁଞ୍ଚି ଉକ୍ତ ବାଇକ୍‌କୁ ସିଆରପି ଫାଣ୍ଡିରେ ରଖିଥିଲେ । ଅପହରଣକାରୀଙ୍କୁ ରାହୁଲ ଚିହ୍ନିଛନ୍ତି ବୋଲି ପୋଲିସ ଜାଣିବାକୁ ପାଇଛି । ଟଙ୍କା କାରବାରକୁ ନେଇ ଏମିତି ହୋଇଥିବା ଜଣାପଡି଼ଛି ।

Leave a Reply

%d bloggers like this: