ଆହ୍ଲାବାଦ ହାଇକୋର୍ଟଙ୍କ ପରାମର୍ଶ : ଗାଈକୁ ଜାତୀୟ ପଶୁ ଘୋଷଣା କରାଯାଉ

ଆହ୍ଲାବାଦ ହାଇକୋର୍ଟଙ୍କ ପରାମର୍ଶ : ଗାଈକୁ ଜାତୀୟ ପଶୁ ଘୋଷଣା କରାଯାଉ

ଆହ୍ଲାବାଦ ହାଇକୋର୍ଟଙ୍କ ପରାମର୍ଶ : ଗାଈକୁ ଜାତୀୟ ପଶୁ ଘୋଷଣା କରାଯାଉ

ମେଟ୍ରୋ ଟିଭି ବ୍ୟୁରୋ ସେପ୍ଟେମ୍ବର/୦୨ : ‘ଗାଈ’ ଭାରତୀୟ ପରମ୍ପରାର ଏକ ଅଂଶ ବିଶେଷ । ଗାଈକୁ ଜାତୀୟ ପଶୁ ଘୋଷଣା କରାଯିବା ଆବଶ୍ୟକ ରହିଛି । ଆହ୍ଲାବାଦ ହାଇକୋର୍ଟ ବୁଧବାର ଏକ ମାମଲାର ଶୁଣାଣି କରି କେନ୍ଦ୍ରର ସରକାରଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି ।

ଜଷ୍ଟିସ୍ ଶେଖର କୁମାର ୟାଦବ କହିଛନ୍ତି, ଗାଈଙ୍କର କଲ୍ୟାଣ ହେଲେ ଦେଶର କଲ୍ୟାଣ ହେବ । ଗାଈଙ୍କ ପାଇଁ ସ୍ୱତନ୍ତ୍ର ଆଇନ ଆସିବା ଜରୁରୀ । ମଣିଶଙ୍କ ଭଲି ଗାଈମାନଙ୍କୁ ମଧ୍ୟ ମୈାଲିକ ଅଧିକାର ପ୍ରଦାନ କରାଯାଉ । ଗାଈକୁ ଜାତୀୟ ପଶୁ ଘୋଷଣା କରିବାକୁ ସଂସଦରେ ବିଲ୍ ଆଗତ କରିବାକୁ କୋର୍ଟ ଟିପ୍ପଣୀ ଦେଇଛନ୍ତି । ଗାଈକୁ କୈାଣସି ଧାର୍ମିକ ନଜରରେ ନଦେଖି ଗୋସୁରକ୍ଷା ଏବଂ ଗୋ ସମ୍ମାନ କରିବା ପ୍ରତ୍ୟେକ ଦେଶବାସୀଙ୍କ କର୍ତ୍ତବ୍ୟ ବୋଲି କୋର୍ଟ କହିଛନ୍ତି । ୟୁପି ଗୋସୁରକ୍ଷା ଆଇନ ଅଧୀନରେ ଗିରଫ ହୋଇଥିବା ଜାଭେଦ ନାମକ ବ୍ୟକ୍ତିଙ୍କ ଜାମିନ ଆବେଦନ ଖାରଜ କରିବା ସହ କୋର୍ଟ ଏଭଳି ଟିପ୍ପଣୀ ଦେଇଛନ୍ତି ।

Leave a Reply

%d bloggers like this: