ମୋଟର ଯାନ ଆଇନର ୨ ବର୍ଷରେ ୮ କୋଟି ଟ୍ରାଫିକ୍ ଚାଲାଣ

ମୋଟର ଯାନ ଆଇନର ୨ ବର୍ଷରେ ୮ କୋଟି ଟ୍ରାଫିକ୍ ଚାଲାଣ

ମୋଟର ଯାନ ଆଇନର ୨ ବର୍ଷରେ ୮ କୋଟି ଟ୍ରାଫିକ୍ ଚାଲାଣ

ମେଟ୍ରୋ ଟିଭି ବ୍ୟୁରୋ ସେପ୍ଟେମ୍ବର/୦୨ : ଦେଶରେ ସଡ଼କ ଦୁର୍ଘଟଣାକୁ ହ୍ରାସ କରିବା ଓ ଯାତ୍ରୀଙ୍କର ସୁବିଧାକୁ ବୃଦ୍ଧି କରିବା ପାଇଁ ୧ ଡିସେମ୍ବର ୨୦୧୯ରେ ମୋଟର ଯାନର ନୂଆ ଆଇନ ଲାଗୁ କରାଯାଇଥିଲା । ନୂଆ ମୋଟର ଭେଇକିଲ୍ ଆକ୍ଟ ଲାଗୁ ହେବାର ୨୩ ମାସରେ ପାଖାପାଖି ୮ କୋଟି ଟ୍ରାଫିକ୍ ଚାଲାଣ କରାଯାଇଛି । ହେଲେ ଏହି ୨ ବର୍ଷରେ ରୋଡ୍ ସେଫ୍‌ଟି ବୋର୍ଡର ଗଠନ, ସଡ଼କ ସୁରକ୍ଷାରେ ଖର୍ଚ୍ଚ, ରାଜ୍ୟ ଗୁଡ଼ିକରେ ରୋଡ୍ ସେଫଟି ଅଥୋରିଟି ଗଠନ ଓ ଯାତ୍ରୀଙ୍କ ସୁବିଧା ବୃଦ୍ଧି କରୋଇବା ନାମରେ ନିରାଶଜନକ ପ୍ରଗତି ଦେଖିବାକୁ ମିଳିଛି ।

ସଡ଼କ ସୁରକ୍ଷା, ସୁବିଧା ଓ ଅଧିକାର ଗୁଡ଼ିକ ଉପରେ ପର୍ଯ୍ୟପ୍ତ ଫୋକସ୍ ନାହିଁ । ରୋଡ୍ ସେଫଟି ସହିତ ଜଡ଼ିତ ଏନ୍‌ଜିଓ ଓ ଲକ୍ଷ ଲକ୍ଷ ଟ୍ରକ୍ ଚାଳକଙ୍କ ସହ ଜଡ଼ିତ ଅଲ୍ ଇଣ୍ଡିଆ ମୋଟର୍ସ ଟ୍ରାନ୍ସପୋର୍ଟ କଂଗ୍ରେସ ସରକାରକୁ କାଠ ଗଡ଼ାରେ ଠିଆ କରିଛି ।

ସଂସଦର ମୈାସୁମୀ ଅଧିବେଶନର କେନ୍ଦ୍ରୀୟ ମନ୍ତ୍ରୀ ନିତିନ ଗଡ଼କରୀ କହିଥିଲେ କି ନୂଆ ମୋଟର ଯାନ ଆଇନର ପ୍ରଥମ ୨୩ ମାସ ଅର୍ଥାତ୍ ପାଖାପାଖି ୨ ବର୍ଷର କଥା କହିବା ତ ୧, ୯୬, ୫୮, ୮୯୭ ଟି ଟ୍ରାଫିକ୍ ଚାଲାଣ ହୋଇଥିଲା । ହେଲେ ନୂଆ ଆଇନ ଲାଗୁ ହେବା ପରେ ଏହା ସଂଖ୍ୟା ବୃଦ୍ଧି ପାଇ ୭, ୬୭, ୮୧, ୭୨୬ ହୋଇ ଯାଇଛି । ଅର୍ଥାତ୍ ଗତ ୨ ବର୍ଷରେ ଚାଲାଣ ପାଖାପାଖି ୪ ଗୁଣା ବଢ଼ିଛି । ମନ୍ତ୍ରାଳୟ ନିଜକୁ ସାବାସି ଦେଇ କହିଛି ଆଧୁନିକ କ୍ୟାମେରା ଭଳି ଜିନିଷ ଟ୍ରାଫିକ୍ ଉଲଙ୍ଘନ କରୁଥିବା ଲୋକଙ୍କୁ ଧରିବାରେ ସାହାଯ୍ୟ କରିଛି, ମାତ୍ର ଏହା ସତ ହେଲେ ମଧ୍ୟ ପ୍ରକୃତରେ ଦେଖିବାକୁ ଗଲେ ସଡ଼କ ସୁରକ୍ଷା ପ୍ରତି ଧ୍ୟାନ ନାହିଁ ।

Leave a Reply

%d bloggers like this: