ଭାଙ୍ଗିଯିବ ୪୦ ମହଲା ବିଶିଷ୍ଟ ନୋଏଡ଼ା ଟୁଇନ ଟାୱାର, ସୁପ୍ରିମକୋର୍ଟ ଦେଲେ ନିଷ୍ପତ୍ତି

ଭାଙ୍ଗିଯିବ ୪୦ ମହଲା ବିଶିଷ୍ଟ ନୋଏଡ଼ା ଟୁଇନ ଟାୱାର, ସୁପ୍ରିମକୋର୍ଟ ଦେଲେ ନିଷ୍ପତ୍ତି

ଭାଙ୍ଗିଯିବ ୪୦ ମହଲା ବିଶିଷ୍ଟ ନୋଏଡ଼ା ଟୁଇନ ଟାୱାର, ସୁପ୍ରିମକୋର୍ଟ ଦେଲେ ନିଷ୍ପତ୍ତି

ମେଟ୍ରୋ ଟିଭି ବ୍ୟୁରୋ ସେପ୍ଟେମ୍ବର/୦୧ : ନୋଏଡ଼ା ବେଆଇନ ଭାବେ ନିର୍ମିତ ୪୦ ମହଲା ବିଶିଷ୍ଟ ଟ୍ୱିନ୍ ଟାୱାରକୁ ଭାଙ୍ଗି ଦେବା ଲାଗି ଆଜି ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଟାୱାର ନିର୍ମାଣ କ୍ଷେତ୍ରରେ ଆଇନର ଉଲ୍ଲଂଘନ କରାଯାଇଛି । ବିଲ୍‌ଡର ସଂସ୍ଥା ସୁପରଟେକ୍ ଓ ନୋଏଡ଼ା ଅଥରିଟି ମଧ୍ୟରେ ଅସାଧୁ ମେଣ୍ଟ କରାଯାଇ ଏହା ନିର୍ମାଣ ହୋଇଥିବା ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ ଓ ଏମ୍‌.ଆର ଶାହଙ୍‌କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ।

୩ ମାସ ଭିତରେ ଏହାକୁ ଭାଙ୍ଗିବା ଏବଂ ଏ ବାବଦ ସମସ୍ତ ଅର୍ଥ ସମ୍ପୃକ୍ତ ବିଲ୍‌ଡର ବହନ କରିବ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି । ଏଥିସହିତ ଏହି ଟ୍ୱିନ୍ ଟାୱାରରେ ଥିବା ୯୦୦ ଫ୍ଲାଟ୍‌କୁ ଯେଉଁମାନେ କିଣିଛନ୍ତି ସେମାନଙ୍କୁ ଟଙ୍କା ଫେରସ୍ତ କରିବାକୁ ମଧ୍ୟ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ସୁପରେଟ୍ ଏହି ମାମଲାରେ ରିଭ୍ୟୁ ପିଟିସନ ଦାଖଲ କରିବ ବୋଲି କହିଛି ।

Leave a Reply

%d bloggers like this: