ମାସ ଆରମ୍ଭରୁ ମହଙ୍ଗା ହେଲା ଘରୋଇ ଏଲ୍‌ପିଜି ସିଲିଣ୍ଡର ଦାମ୍

ମାସ ଆରମ୍ଭରୁ ମହଙ୍ଗା ହେଲା ଘରୋଇ ଏଲ୍‌ପିଜି ସିଲିଣ୍ଡର ଦାମ୍

ମାସ ଆରମ୍ଭରୁ ମହଙ୍ଗା ହେଲା ଘରୋଇ ଏଲ୍‌ପିଜି ସିଲିଣ୍ଡର ଦାମ୍

ମେଟ୍ରୋ ଟିଭି ବ୍ୟୁରୋ ସେପ୍ଟେମ୍ବର/୦୧ : ମାସ ଆରମ୍ଭରୁ ସାଧାରଣ ଜନତାଙ୍କୁ ଝଟକା । ପୁଣି ଥରେ ସରକାରୀ ତୈଳ କମ୍ପାନୀଗୁଡ଼ିକ ଘରୋଇ ଏଲ୍‌ପିଜି ଗ୍ୟାସ୍ ସିଲିଣ୍ଡର ଦାମ୍ ବଢ଼ାଇଛନ୍ତି । ଆଜିଠୁ ଘରୋଇ ଏଲ୍‌ପିଜି ଗ୍ୟାସ୍ ସିଲିଣ୍ଡର ଦାସ୍ ୨୫ ଟଙ୍କା ବୃଦ୍ଧି ପାଇଛି । ଯାହାର ସାଧାରଣ ଜନତାଙ୍କ ବଜେଟ୍ ଉପରେ ମହଙ୍ଗା ମାଡ଼ ହୋଇଛି । ଏହି ବୃଦ୍ଧି ଫଳରେ ଦିଲ୍ଲୀରେ ୧୪.୨ କିଲୋ ଏଲ୍‌ପିଜି ସିଲିଣ୍ଡରର ଦାମ୍ ୮୮୪ ଟଙ୍କା ୫୦ ପଇସାରେ ପହଁଞ୍ଚିଛି । ପୂର୍ବରୁ ଏହି ଦାମ୍ ୮୫୯ ଟଙ୍କା ୫୦ ପଇସା ଥିଲା ।

ବର୍ତ୍ତମାନ ଦିଲ୍ଲୀର ଘରୋଇ ଏଲ୍‌ପିଜି ଗ୍ୟାସ୍ ସିଲିଣ୍ଡରର ଦାମ୍ ୮୮୪ ଟଙ୍କା ୫୦ ପଇସା ଥିବାବେେ, କୋଲକାତାରେ ୯୧୧ ଟଙ୍କା, ମୁମ୍ବାଇରେ ୮୮୪ ଟଙ୍କା ୫୦ ପଇସା, ଚେନ୍ନୋଇରେ ୯୦୦ ଟଙ୍କା ୫୦ ପଇସା ରହିଛି । ମାତ୍ର ୧୫ ଦିନରେ ନନ୍‌-ସବ୍‌ସିଡି ଗ୍ୟାସ୍ ସିଲିଣ୍ଡରର ଦାମ୍ ୫୦ ବୃଦ୍ଧି ଘଟିଛି । ପ୍ରତ୍ୟେକ ମାସରେ ପହିଲାରୁ ୧୫ ତାରିଖ ମଧ୍ୟରେ ତୈଳ କମ୍ପାନୀଗୁଡ଼ିକ ଏଲ୍‌ପିଜି ଗ୍ୟାସ୍ ସିଲିଣ୍ଡରର ଦାମ୍‌ରେ ପରିବର୍ତ୍ତନ କରିଥାନ୍ତି । ଏହା ପୂର୍ବରୁ ଅଗଷ୍ଟ ୧୮ରେ ଏଲ୍‌ପିଜି ଗ୍ୟାସ୍ ସିଲିଣ୍ଡରର ଦାମ୍ ବୃଦ୍ଧି ଘଟିଥିଲା ।

ସୂଚନାଥାଉକି, ଚଳିତ ବର୍ଷ ଜାନୁଆରୀରେ ଦିଲ୍ଲୀରେ ଏଲ୍‌ପିଜି ସିଲିଣ୍ଡରର ଦାମ୍ ୬୯୪ ଟଙ୍କା ଥିଲା । ଫେବୃଆରୀରେ ଏହି ଦାମ୍ ବୃଦ୍ଧି ପାଇ ୭୧୯ ଟଙ୍କା ହୋଇଥିଲା । ଏହାପରେ ଫେବୃଆରୀ ୧୫ରେ ଦାମ୍ ବୃଦ୍ଧି ପାଇ ୭୬୯ ଟଙ୍କା ଥିବାବେଳେ ମାର୍ଚ୍ଚରେ ୮୧୯ ଟଙ୍କା ହୋଇଥିଲା ।

Leave a Reply

%d bloggers like this: