ଆଫଗାନିସ୍ତାନରେ ଆବଶ୍ୟକ ସ୍ଥଳେ ଡୋନରୁ ଆକ୍ରମଣ ହେବ : ପେଣ୍ଟାଗନ

ଆଫଗାନିସ୍ତାନରେ ଆବଶ୍ୟକ ସ୍ଥଳେ ଡୋନରୁ ଆକ୍ରମଣ ହେବ : ପେଣ୍ଟାଗନ

ଆଫଗାନିସ୍ତାନରେ ଆବଶ୍ୟକ ସ୍ଥଳେ ଡୋନରୁ ଆକ୍ରମଣ ହେବ : ପେଣ୍ଟାଗନ

ମେଟ୍ରୋ ଟିଭି ବ୍ୟୁରୋ ସେପ୍ଟେମ୍ବର/୦୧ : ଆମେରିକା ତାହାର ସୈନ୍ୟମାନଙ୍କୁ ଆଫଗାନିସ୍ଥାନରୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାହର କରିନେବା ସହିତ ସେଠାରେ ଚଳାଇଥିବା ତାହାର ୨୦ ବର୍ଷର ସାମରିକ ଅଭିଯାନରେ ପରିସମାପ୍ତି ଘଟାଇଛି । ତେବେ ଆତଙ୍କବାଦ ବିରୁଦ୍ଧରେ ଏହାର ଲଢ଼େଇ ବନ୍ଦ ହୋଇନାହିଁ । ଆବଶ୍ୟକ ପଡ଼ିଲେ ଆଫଗାନରେ ଏହା ଡ୍ରୋନ ସହାୟତାରେ ଆକ୍ରମଣ କରିବ ବୋଲି ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟ ପେଣ୍ଟାଗନ ପକ୍ଷରୁ କୁହାଯାଇଛି ।

ପେଣ୍ଟାଗନ ମୁଖପାତ୍ର ଜନ କିର୍ବି ବୁଧବାର ଦିନ କହିଛନ୍ତି ଯେ ତାଙ୍କ ଦେଶ ଇସଲାମିକ ଷ୍ଟେଟ୍‌-ଖୋରାସାନ ପ୍ରଦେଶ ଏବଂ ଅନ୍ୟ ଆତଙ୍କୀ ଗୋଷ୍ଠୀ ବିରୁଦ୍ଧରେ ଆଫଗାନିସ୍ତାନ ସୀମା ମଧ୍ୟରେ ଡ୍ରୋନ ଆକ୍ରମଣ ଜାରି ରଖିବ । ନିଜର ରାଷ୍ଟ୍ରୀୟ ନିରାପତ୍ତା ଏବଂ ସ୍ୱାର୍ଥକୁ ସୁରକ୍ଷିତ ରଖିବା ଅଧିକାର ଓ ସାମର୍ଥ୍ୟ ଆମେରିକାର ରହିଛି । ଭବିଷ୍ୟତ ସମ୍ପର୍କରେ ଏବେ ଠାରୁ କିଛି ଅନୁମାନ ନ ଲଗାଇ ଆମେରିକା ସେହି ସାମର୍ଥ୍ୟକୁ ଆବଶ୍ୟକ ସ୍ଥଳେ ଉପଯୋଗ କରିବ ।

ଏହା ପୂର୍ବରୁ ମଙ୍ଗଳବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଆଇଏସଆଇଏସ-କେ କୁ ଚେତାବନୀ ଦେଇ କହିଥିଲେ, ଆମେରିକା ଏ ପର୍ଯ୍ୟନ୍ତ ତାକୁ ନେଇ କିଛି ଅଭିଯାନ ଆରମ୍ଭ କରିନାହିଁ । ଯେଉଁମାନେ ଆମେରିକାର କ୍ଷତି କରିବାରୁ ଚାହିୁଁଛନ୍ତି, ସେମାନଙ୍କୁ ଖୋଜି ଖୋଜି ଆମେରିକା ନିପାତ କରିବ ଏବଂ ସେମାନଙ୍କୁ ଏହାର ବହୁମୂଲ୍ୟ ଦେବାକୁ ହେବ ।

Leave a Reply

%d bloggers like this: