ଭାରତ ସମେତ ଏହି ୧୩ଟି ଦେଶ ତାଲିବାନକୁ ଦେଲେ ‘ସର୍ତ୍ତମୂଳକ ମାନ୍ୟତା’, ଦୂରତା ରକ୍ଷା କଲେ ଋଷ ଓ ଚୀନ୍

ଭାରତ ସମେତ ଏହି ୧୩ଟି ଦେଶ ତାଲିବାନକୁ ଦେଲେ ‘ସର୍ତ୍ତମୂଳକ ମାନ୍ୟତା’, ଦୂରତା ରକ୍ଷା କଲେ ଋଷ ଓ ଚୀନ୍

ଭାରତ ସମେତ ଏହି ୧୩ଟି ଦେଶ ତାଲିବାନକୁ ଦେଲେ ‘ସର୍ତ୍ତମୂଳକ ମାନ୍ୟତା’, ଦୂରତା ରକ୍ଷା କଲେ ଋଷ ଓ ଚୀନ୍

ମେଟ୍ରୋ ଟିଭି ବ୍ୟୁରୋ ସେପ୍ଟେମ୍ବର/୦୧ : ଆଫଗାନିସ୍ତାନରୁ ଶେଷ ଆମେରିକୀୟ ସୈନିକ ଯିବା ପରେ ଭାରତ ନେତୃତ୍ୱାଧିନ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଏକ ରିଜୋଲ୍ୟୁସନ୍ ପାରିତ କରିଛି । ଯେଉଁଥିରେ ତାଲିବାନକୁ ଆଫଗାନିସ୍ତାନରେ କାର୍ଯ୍ୟର ‘ସର୍ତ୍ତମୂଳକ ମାନ୍ୟତା’ ଦିଆଯାଇଛି । ୟୁନିଏସ୍‌ଇ ରିଜୋଲ୍‌ୁ୍ୟସନରେ କୁହାଯାଇଛି ଯେ ତାଲିବାନ ଆଫଗାନିସ୍ତାନରେ ଏକ ଅସ୍ଥାୟୀ ସରକାର ଭଳି କାର୍ଯ୍ୟ କରୁଛି, ତେଣୁ ଏଭଳି ପରିସ୍ଥିତିରେ ତାକୁ ନିଶ୍ଚିତ କରିବାକୁ ପଡ଼ିବ ଯେ ସେଠାରେ ଯେପରି ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇବ ନାହିଁ । ଭାରତ ସମେତ ୧୩ଟି ଦେଶ ଏହି ପ୍ରସ୍ତାବକୁ ଗ୍ରହଣ କରିଛନ୍ତି । ତେବେ ଭିଟୋ ଶକ୍ତି ଥିବା ଚୀନ୍ ଓ ଋଷ ଏହି ପ୍ରସଙ୍ଗରୁ ନିଜରୁ ଦୂରେଇ ରଖିଥିଲେ ।

ଫ୍ରାନ୍ସ ଦ୍ୱାରା ପ୍ରୟୋଜିତ ବ୍ରିଟେନ୍‌, ଆମେରିକା ଏବଂ ଭାରତ ସମେତ ୧୩ଟି ଦେଶ ଏହି ପ୍ରସ୍ତାବରେ ରାଜି ହୋଇଥିଲେ । ଏଥିସହିତ, ଭିଟୋ ଶକ୍ତି ସହିତ ଋଷ ଏବଂ ଚୀନ୍ ନିଜକୁ ଦୂରେଇ ରଖିଥିଲେ । ଏହି ଦୁଇ ଦେଶ ନା ସପକ୍ଷରେ ନା ବିରୋଧରେ କରିଛନ୍ତି । ୧୫ ଅଗଷ୍ଟରେ ଆଫଗାନିସ୍ତାନରେ ଶରଣ ଦିଆଯିବା ଉଚିତ୍ ନୁହେଁ ଓ ଯେଉଁମାନେ ଦେଶ ଛାଡ଼ିବାକୁ ଚାହୁଁଛନ୍ତି ସେମାନଙ୍କୁ ସୁରକ୍ଷିତ ଭାବରେ ଯିବାକୁ ସାହାଯ୍ୟ କରାଯିବା ଉଚିତ୍ ।

Leave a Reply

%d bloggers like this: