ଆଇସିୟୁରେ ଭର୍ତ୍ତି ହେଲେ ସାଏରା ବାନୁ

ଆଇସିୟୁରେ ଭର୍ତ୍ତି ହେଲେ ସାଏରା ବାନୁ

ଆଇସିୟୁରେ ଭର୍ତ୍ତି ହେଲେ ସାଏରା ବାନୁ

ମେଟ୍ରୋ ଟିଭି ବ୍ୟୁରୋ ସେପ୍ଟେମ୍ବର/୦୧ : ବଲିଉଡ୍ ଭେତେରାନ ଅଭିନେତ୍ରୀ ସାଏରା ବାନୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଥିବାରୁ ତାଙ୍କୁ ଆଜି ମୁମ୍ବାଇ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସାଏରା ବାନୁଙ୍କ ସୁଗାର ଲେବଲ ଓ ବ୍ଲଡ୍ ପ୍ରେସର ବଢ଼ିଯାଇଥିବାରୁ ନିଶ୍ୱାସ ନେବାର ଅସୁବିଧା ହେବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ତେବେ ସୂଚନାନୁଯାୟୀ, ପ୍ରାରମ୍ଭିକ ଚିକିତ୍ସାରୁ ଜଣାପଡ଼ିଛି ଯେ, ତାଙ୍କ ବ୍ଲଡ ପ୍ରେସର ହାଇ ରହିଥିବା ବେଳେ ସୁଗାର ଲେବଲ ମଧ୍ୟ ବଢ଼ିଯାଇଛି । ଏହାପରେ ଡାକ୍ତର ତାଙ୍କର ସମସ୍ତ ଟେଷ୍ଟ କରିଛନ୍ତି । ଏବେ ସେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ହସ୍ପିଟାଲର ଆଇସିୟୁରେ ଅଛନ୍ତି ।

ତେବେ କୁହାଯାଉଛି ଯେ, ଦିଲ୍ଲୀପ କୁମାରଙ୍କ ମୃତ୍ୟୁ ପରେ ସାଏରାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ରହୁନଥିଲା । ଦିଲ୍ଲୀପ ସାହେବଙ୍କୁ ମନେପକାଇ ସେ ସବୁବେଳେ ଦୁଃଖିତ ରହୁଥିଲେ । ତାଙ୍କ ମୃତ୍ୟୁ ଖବର ସେ ସହିପାରିନଥିଲେ । ଡିପ୍ରେସନରେ ରହି ସାଏକାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିଥିଲା । ପରେ ତାଙ୍କୁ ନିଶ୍ୱାସ ନେବାରେ କଷ୍ଟ ହୋଇଥିଲା । ସେପଟେ ଏହି ଖବର ସାମ୍ନାକୁ ଆସିବା ପରେ ସାଏରାଙ୍କ ଫ୍ୟାନ୍ସମାନେ ତାଙ୍କ ପାଇଁ ଆଶୁ ଆରୋଗ୍ୟ କାମନା କରିଛନ୍ତି । ସେ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରି ଆସନ୍ତୁ ବୋଲି ସମସ୍ତେ ପ୍ରାର୍ଥନା କରିଛନ୍ତି ।

Leave a Reply

%d bloggers like this: