ଦୃଷ୍ଟିହୀନତାକୁ ଦୂର କରିବା ପାଇଁ ଏଲ.ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନର ନୂତନ ପ୍ରୟାସ

ଦୃଷ୍ଟିହୀନତାକୁ ଦୂର କରିବା ପାଇଁ ଏଲ.ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନର ନୂତନ ପ୍ରୟାସ

ଦୃଷ୍ଟିହୀନତାକୁ ଦୂର କରିବା ପାଇଁ ଏଲ.ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନର ନୂତନ ପ୍ରୟାସ

ଚକ୍ଷୁଦାନ ପାଇଁ ଲୋକଙ୍କୁ ଅନୁରୋଧ

ମେଟ୍ରୋ ଟିଭି ବ୍ୟୁରୋ ସେପ୍ଟେମ୍ବର/01 : ଭାରତରେ କର୍ଣ୍ଣିଆଜନିତ ରୋଗ ଦୃଷ୍ଟିହୀନତାର ଏକ ପ୍ରମୁଖ କାରଣ । ଭାରତରେ ରହିଥିବା 10 ନିୟୁତ ଦୃଷ୍ଟିହୀନଙ୍କ ମଧ୍ୟରୁ ଦୁଇ ନିୟୁତରୁ ଅଧିକ ଲୋକ କର୍ଣ୍ଣିଆଜନିତ ଦୃଷ୍ଟିହୀନତାରେ ପ୍ରଭାବିତ । ସେମାନଙ୍କ ମଧ୍ୟରୁ 60%ଙ୍କ ବୟସ 12 ବର୍ଷରୁ କମ୍ । ଏଲ.ଭି.ପି.ଆଇ ମଧ୍ୟରେ କର୍ଣ୍ଣିଆ ପ୍ରତିରୋପଣ ପାଇଁ ସର୍ବବୃହତ ଚକ୍ଷୁ ବ୍ୟାଙ୍କ ନେଟଓ୍ବାର୍କ ରହିବା ସହିତ ଅନୁଷ୍ଠାନ ମଧ୍ୟ ଏଲ.ଭି.ପି.ଆଇ ନେଟଓ୍ବାର୍କ ବାହାରେ ରହିଥିବା ସର୍ଜନମାନଙ୍କୁ କର୍ଣ୍ଣିଆ ଆବଣ୍ଟିତ କରିଥାଏ । 40% କର୍ଣ୍ଣିଆଙ୍କୁ ଦୃଷ୍ଟି ଶକ୍ତିର ପୁନଃସ୍ଥାପନା ସର୍ଜରୀ ପାଇଁ ସାରା ଭାରତରେ ଆବଣ୍ଟିତ କରାଯାଇଛି , ଯାହାକୁ ଏଲ.ଭି.ପି.ଆଇ ନେଟଓ୍ବାର୍କ ଚକ୍ଷୁ ବ୍ୟାଙ୍କ ପ୍ରଦାନ କରିଛନ୍ତି ।

ଏଲ.ଭି.ପି.ଆଇ ପ୍ରତିଷ୍ଠାନର ଲକ୍ଷ୍ୟ ହେଉଛି କର୍ଣ୍ଣିଆଜନିତ ଦୃଷ୍ଟିହୀନତାକୁ ଦୃର କରିବା ପାଇଁ ଯେପରି ଗୁଣମାନର କର୍ଣ୍ଣିଆ ଟିସ୍ୟୁର ଉପଲବ୍ଧତାରେ ସମସ୍ୟା ଦେଖାଦେବ ନାହିଁ  ।

ଭାରତରେ ଦୃଷ୍ଟିହୀନତାକୁ ଦୂର କରିବା ପାଇଁ ବର୍ତ୍ତମାନ ଏଲ.ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ ଲୋକମାନଙ୍କୁ ଚକ୍ଷୁ ଦାନ କରିବା ପାଇଁ ଅନୁରୋଧ କରିବା ସହ ଇଚ୍ଛୁକ ବ୍ୟକ୍ତି ମାନଙ୍କ ପାଇଁ ହେଲ୍ପଲାଇନ ନମ୍ବର 0674-265300 ଏବଂ 9337704637 ରେ ଯୋଗାଯୋଗ କରିପାରିବେ ।

ସୂଚନା ଅନୁସାରେ – 1987 ମସିଆରେ ଏଲ.ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ ପ୍ରତିଷ୍ଠା କରାଯାଇଥିଲା । ଏହି ଅନୁଷ୍ଠାନର 10 ଟି ସକ୍ରିୟ କ୍ଷେତ୍ର ରହିଛି , ଯେଉଁଠାରେ ଏହା କାର୍ଯ୍ୟ କରୁଛି ।  ଏଲ.ଭି.ପି.ଆଇର 5 ଟିୟର ‘ଚକ୍ଷୁ ସ୍ବାସ୍ଥ୍ୟ –ପିରାମିଡ୍’ ମଡେଲ ଗ୍ରାମ ଠାରୁ ସହର ପର୍ଯ୍ୟନ୍ତ ସମାଜର ସମସ୍ତ ବର୍ଗକୁ କବର କରୁଛି । ଏହା 3 କୋଟି 21 ଲକ୍ଷ୍ୟ ରୋଗୀ ମାନଙ୍କୁ ସେବା ପ୍ରଦାନ କରିଛି , ଏମାନଙ୍କ ମଧ୍ୟରୁ 50% ଅଧିକ ରୋଗୀମାନଙ୍କୁ ସେମାନଙ୍କର ରୋଗର ଜଟିଳତା ନିର୍ବିଶେଷରେ ମାଗଣରେ ସ୍ବାସ୍ଥ୍ୟ ସେବା ପ୍ରଦାନ କରାଯାଇଛି ।

Leave a Reply

%d bloggers like this: