ତୃତୀୟ ଲହରରେ ବାପା ମାଙ୍କ ମାଧ୍ୟମରେ ପିଲାମାନଙ୍କ ପାଖକୁ ଆସିବ ସଂକ୍ରମଣ

ତୃତୀୟ ଲହରରେ ବାପା ମାଙ୍କ ମାଧ୍ୟମରେ ପିଲାମାନଙ୍କ ପାଖକୁ ଆସିବ ସଂକ୍ରମଣ

ତୃତୀୟ ଲହରରେ ବାପା ମାଙ୍କ ମାଧ୍ୟମରେ ପିଲାମାନଙ୍କ ପାଖକୁ ଆସିବ ସଂକ୍ରମଣ

ମେଟ୍ରୋ ଟିଭି ବ୍ୟୁରୋ ସେପ୍ଟେମ୍ବର/୦୧ : ରାଜ୍ୟରେ ଆଜିଠୁ କରୋନା କଟକଣା କୋହଳ ହୋଇଛି । କଟକଣା କୋହଳ ପରେ ସମସ୍ତଙ୍କ ଦାୟିତ୍ୱ ବଢ଼ିଲା ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ପରିବାରର ଦାୟିତ୍ୱ ବଢ଼ିବା ସହ ମନିଟରିଂ ବାଧ୍ୟତାମୂଳକ କରିବାକୁ ପଡ଼ିବ । କଟକଣାକୁ ସମସ୍ତେ ପୂର୍ବପରି ମାନିବାକୁ ପଡ଼ିବ । କଟକଣା କୋହଳ ପରେ ସଂକ୍ରମଣ ସ୍ଥିତି କ’ଣ ରହୁଛି ତା’ ଉପରେ ନଜର ରଖିବାକୁ ପଡ଼ିବ । ସମସ୍ତେ ହାତ ମିଳାଇଲେ ହିଁ କରୋନାକୁ ରୋକି ହେବ ନହେଲେ ପୁଣି ବିପଦକୁ ନିମନ୍ତ୍ରଣ କରିବା । ମୃତ୍ୟୁ ସଂଖ୍ୟା ଆଜି କିଛି କମିଛି ଆଗକୁ ମଧ୍ୟ କମିପାରେ ।

ଅନ୍ୟପଟେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ତୃତୀୟ ଲହରରେ ସଂକ୍ରମଣ ବାପା ମାଙ୍କ ମାଧ୍ୟମରେ ପିଲାମାନଙ୍କ ପାଖକୁ ଆସିବ । ତେଣୁ ବାପା ମା ସଚେତନ ନ ହେଲେ ପିଲାମାନଙ୍କୁ ଏହା ସଂକ୍ରମିତ କରିବ । କଟକଣା ଯାଇଛି ହେଲେ କରୋନ ଯାଇନି । କରୋନା ଭୂତାଣୁ ଆମ ଆଖପାଖରେ ଅଛି ତେଣୁ ସତର୍କ ରହିବାକୁ ପଡ଼ିବ ।
ସମସ୍ତଙ୍କର ଧାରଣା ଅଛି ଟିକା ନେଲେ ସଂକ୍ରମଣ ହେବନି ହେଲେ ଟିକା ନେଲେ ସଂକ୍ରମଣ ସମ୍ଭାବନା ଅଧିକ ଅଛି । ହେଲେ ଟିକା ନେବା ପରେ ସଂକ୍ରମିତ ହେଲେ ଏହାର ଲକ୍ଷଣ ଦେଖାଯିବନି । ଯାହାକୁ ବାପା ମା ଆଣି ପିଲାମାନଙ୍କ ଦେହରେ ଛାଡ଼ିବାର ବାହକ ହେବେ । ତେଣୁ ପିଲାମାନେ ଅଧିକ ସଂକ୍ରମିତ ହେବେ । କଟକଣା କୋହଳ ହୋଇଥିବାରୁ ଖାମଖିଆଲି ନ ହୋଇ କୋଭିଡ୍ ନିୟମ ମାନିବା ।

ରାଜ୍ୟରେ ଡେଙ୍ଗୁ ସ୍ଥିତି ନେଇ ମଧ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପ୍ରତିକ୍ରିୟା ରଖିଛନ୍ତି । ଡେଙ୍ଗୁ ଗ୍ରାଫ ଖସୁଛି, ଆଡମିସନ୍ କମିଛି । ମୃତ୍ୟୁ ନାହିଁ, କିଛି ଦିନ ଭିତରେ ଆହୁରି ଡେଙ୍ଗୁ ଗ୍ରାଫ କମିବା ସହ ସ୍ଥିତି ଆହୁରି ଭଲ ହେବ ।

Leave a Reply

%d bloggers like this: