ଅଭିଶପ୍ତ ହୋଇପଡ଼ିଛି କାହ୍ନୁଚରଣଙ୍କ ଜୀବନ

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୩୧ : ମନରେ ଅକୁହା ବେଦନା ଆଉ କଥାରେ ଅସରନ୍ତି ବ୍ୟଥା । ଯୌବନ ତାଙ୍କ ପାଇଁ ଯେପରି ଅଭିଶାପ ପାଲଟିଛି । ସମସ୍ତଙ୍କୁ ହାତ ଯୋଡ଼ି ସାହାଯ୍ୟ ପାଇଁ ଯେତେ

ଅଭିଶପ୍ତ ହୋଇପଡ଼ିଛି କାହ୍ନୁଚରଣଙ୍କ ଜୀବନ

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୩୧ : ମନରେ ଅକୁହା ବେଦନା ଆଉ କଥାରେ ଅସରନ୍ତି ବ୍ୟଥା । ଯୌବନ ତାଙ୍କ ପାଇଁ ଯେପରି ଅଭିଶାପ ପାଲଟିଛି । ସମସ୍ତଙ୍କୁ ହାତ ଯୋଡ଼ି ସାହାଯ୍ୟ ପାଇଁ ଯେତେ ନେହୁରା ହେଲେ ବି ଶୁଣୁଛି କିଏ ? ସତ୍ୟବାଦୀ ବ୍ଳକ ମଧୁବନ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୋଲବିଞ୍ଝେଇପଡା ଗ୍ରାମର ୨୮ ବର୍ଷୀୟ କାହ୍ନୁ ଚରଣ ବରାଳ । ପାଞ୍ଚ ବର୍ଷ ତଳେ ଏକ ଦୁର୍ଘଟଣାର ଶିକାର ହୋଇ ସେ ଏଭଳି ଅକର୍ମଣ୍ୟ ଜୀବନ ଯାପନ କରୁଛନ୍ତି। ନିତ୍ୟକର୍ମ ପାଇଁ ସେ ଅନ୍ୟ ଉପରେ ନିର୍ଭରଶୀଳ । ଚିକିତ୍ସା ପାଇଁ ସରକାରୀ ଡାକ୍ତରଖାନାରେ ଆଇ.ସି.ୟୁ ନମିଳିବାରୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ମାତ୍ର କିଛି ଦିନରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବାପରେ ଆଉ ଟଙ୍କା ଯୋଗାଡ ନ କରିପାରି ବାଧ୍ୟ ହୋଇ ସେ ନିଜ ଇଚ୍ଛାରେ ଘରକୁ ଫେରିଆସିଥିଲେ ଆଉ ଚିକିତ୍ସା ଅଧାରେ ହିଁ ରହିଗଲା ବୋଲି କହିଛନ୍ତି କାହ୍ନୁଚରଣ ।

ପରିବାର କହିଲେ ରୋଗଣୀ ମା’ ଏବଂ ବଡଭାଇ । କିଏ ବା କେତେ କରିବେ । ସମସ୍ତେ ଅତିଷ୍ଠ ହୋଇସାରିଲେଣି। ସେ ମଧ୍ୟ ନିରାଶ ହୋଇ ଏମିତି ଜିଇଁବା ଅପେକ୍ଷା ମରିଯିବା ଭଲ ବୋଲି କହୁଛନ୍ତି। କାହା ଉପରେ ବୋଝ ହେବାକୁ ଚାହୁଁ ନାହାଁନ୍ତି ସେ । ନିଜ କାମ ନିଜେ କରିବାକୁ ଚାହାଁନ୍ତି । ଡାକ୍ତର କହିଥିଲେ ଉପଯୁକ୍ତ ଚିକିତ୍ସା ହେଲେ ସେ ଭଲ ହୋଇପାରିବେ। ତେଣୁ ଆବଶ୍ୟକ ଚିକିତ୍ସାର ବନ୍ଦୋବସ୍ତ କରିବା ପାଇଁ ସେ ସରକାରଙ୍କୁ ଗୁହାରୀ କରିଛନ୍ତି । ଅନ୍ୟଥା ଜୀବନ ପ୍ରତି ବୀତସ୍ପୃହ ହୋଇପଡ଼ିଥିବା କାହ୍ନୁ ବରାଳ ଇଚ୍ଛା ମୃତ୍ୟୁ ପାଇଁ ସରକାର ସ୍ଵୀକୃତି ଦିଅନ୍ତୁ ବୋଲି ସରକାରଙ୍କୁ ବ୍ୟଥାଭରା କରୁଣ ନିବେଦନ ଜଣାଇଛନ୍ତି ।

Leave a Reply

%d bloggers like this: