ସୁଟିଂରେ ସିଂହରାଜ ଜିତିଲେ ବ୍ରୋଞ୍ଚ, ଭାରତର ପଦକ ସଂଖ୍ୟା ୮କୁ ବୃଦ୍ଧି

ସୁଟିଂରେ ସିଂହରାଜ ଜିତିଲେ ବ୍ରୋଞ୍ଚ, ଭାରତର ପଦକ ସଂଖ୍ୟା ୮କୁ ବୃଦ୍ଧି

ସୁଟିଂରେ ସିଂହରାଜ ଜିତିଲେ ବ୍ରୋଞ୍ଚ, ଭାରତର ପଦକ ସଂଖ୍ୟା ୮କୁ ବୃଦ୍ଧି

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୩୧ : ଚଳିତ ପାରାଅଲମ୍ପିକ୍ସରେ ଦମଦାର ପ୍ରଦର୍ଶନ କରୁଛନ୍ତି ଭାରତୀୟ ଖେଳାଳି । ଆଜି ଭାରତକୁ ସୁଟିଂରେ ମିଳିଲା ଆଉ ଏକ ପଦକ । ପୁରୁଷ ବିଭାଗ ୧୦ ମିଟର ଏୟାର ପିଷ୍ଟଲ ଏସ୍‌ଏଚ୍‌-୧ ଫାଇନାଲରେ ତୃତୀୟ ସ୍ଥାନ ହାସଲ କରି ବ୍ରୋଞ୍ଚ ମେଡାଲ ହାତେଇଛନ୍ତି ହରିୟାଣାରେ ପାରା ସୁଟର ସିଂହରାଜ । ଏଥିସହ ଭାରତର ପଦକ ସଂଖ୍ୟା ୮କୁ ବୃଦ୍ଧି ପାଇଛି ଏବଂ ଟୋକିଓରେ ଭାରତୀୟ ପାରାଅଲମ୍ପିକ୍ସ ଦଳ ଇତିହାସ ରଚିଛି । ପ୍ରଥମଥର ପାଇଁ ଭାରତୀୟ ଦଳ ଗୋଟିଏ ପାରାଅଲମ୍ପିକ୍ସରେ ଏତେ ସଂଖ୍ୟକ ପଦକ ହାତେଇଛି । ୨୧୬.୮ ସ୍କୋର କରି ସିଂହରାଜ ଜିତିଛନ୍ତି ବ୍ରୋଞ୍ଚ ପଦକ । ସେହିପରି ଚୀନର ୟାଙ୍ଗ ଚାଓ ୨୩୭.୯ ସ୍କୋର କରି ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ହୁଆଙ୍ଗ ଜିଙ୍ଗ ୨୩୭.୫ ସ୍କୋର କରି ରୈାପ୍ୟ ପଦକ ହାସଲ କରିଛନ୍ତି ।

ଫରିଦାବାଦର ୩୯ ବର୍ଷିୟ ସିଂହରାଜ ୫୬୯ ସ୍କୋର କରି କ୍ୱାଲିଫିକେସନ୍ ରାଉଣ୍ଡର ୬ଷ୍ଠ ସ୍ଥାନରେ ଥିଲେ । ସେହିପରି ୧୯ ବର୍ଷିୟ ମନୀଷ ନରୱାଲ କ୍ୱାଲିଫିକେସନ୍ ରାଉଣ୍ଡର ୫୭୫ ସ୍କୋର କରି ପ୍ରଥମ ସ୍ଥାନରେ ଥିଲେ । ହେଲେ ଫାଇନାଲରେ ମୁକାବିଲାରେ ସେ ନିରାଶ କରିଛନ୍ତି । ସିଂହରାଜ ପଦକ ପାଇବା ପରେ ଏବେ ଭାରତର ପଦକ ସଂଖ୍ୟା ୮କୁ ବୃଦ୍ଧି ପାଇଛି । ଭାରତୀୟ ଦଳ ରିଓ ପାରାଅଲମ୍ପିକରେ ୬ଟି ମେଡାଲ ଜିତିଥିଲା । ଚଳିତ ଟୋକିଓ ପାରାଅଲମ୍ପିକ୍ସରେ ଭାରତୀୟ ଦଳ ଏପର୍ଯ୍ୟନ୍ତ ୮ଟି ପଦକ ଜିତି ସାରିଛି । ଯାହା ଭାରତୀୟ ପାରାଅଲମ୍ପିକ୍ସ ଇତିହାସରେ ପ୍ରଥମ ।

Leave a Reply

%d bloggers like this: