ଗ୍ୟାସ୍ ଟାଙ୍କି ଫାଟି ଭୟଙ୍କର ବିସ୍ପୋରଣ : ମହିଳା ମୃତ, ସ୍ୱାମୀ ଓ ଝିଅ ଗୁରୁତର

ଗ୍ୟାସ୍ ଟାଙ୍କି ଫାଟି ଭୟଙ୍କର ବିସ୍ପୋରଣ : ମହିଳା ମୃତ, ସ୍ୱାମୀ ଓ ଝିଅ ଗୁରୁତର

ଗ୍ୟାସ୍ ଟାଙ୍କି ଫାଟି ଭୟଙ୍କର ବିସ୍ପୋରଣ : ମହିଳା ମୃତ, ସ୍ୱାମୀ ଓ ଝିଅ ଗୁରୁତର

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୩୧ : ରୋଷେଇ ବେଳେ ଅଘଟଣ । ଗ୍ୟାସ୍ ଟାଙ୍କି ଫାଟି ଭୟଙ୍କର ବିସ୍ପୋରଣ ହୋଇଛି । ବିସ୍ପୋରଣ ପରେ ଘର ଜଳିଯାଇଛି । ଦୁର୍ଘଟଣାରେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ଓ ଝିଅ ଗୁରୁତର ହୋଇଛନ୍ତି । ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ବିରିଡ଼ି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ବିରିଡ଼ି ଗାଁରେ ରୋଷେଇ କରିବା ବେଳେ ଗ୍ୟାସ୍ ଟାଙ୍କି ଫାଟିଯାଇଛି । ବିସ୍ପୋରଣ ଫଳରେ ରୋଷେଇ କରୁଥିବା ମହିଳାଙ୍କ ମୃତ୍ୟୁ ହୋଇଛି । ଘରେ ଥିବା ମହିଳାଙ୍କ ସ୍ୱାମୀ ଓ ଝିଅ ଗୁରୁତର ହୋଇଛନ୍ତି । ଗ୍ୟାସ୍ ସିଲିଣ୍ଡର ଫାଟି ବିସ୍ପୋରଣ ଘଟିବା ପରେ ଘରେ ମଧ୍ୟ ନିଆଁ ଲାଗିଯାଇଥିବା ଜଣାପଡ଼ିଛି । ଗୁରୁତରଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମବାହିନୀ କର୍ମଚାରୀ ପହଁଞ୍ଚିଛନ୍ତି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

Leave a Reply

%d bloggers like this: