ଇତିହାସରେ ପ୍ରଥମ ଥର ପାଇଁ ଏକା ସାଙ୍ଗେ ଶପଥନେଲେ ୯ ବିଚାରପତି

ଇତିହାସରେ ପ୍ରଥମ ଥର ପାଇଁ ଏକା ସାଙ୍ଗେ ଶପଥନେଲେ ୯ ବିଚାରପତି

ଇତିହାସରେ ପ୍ରଥମ ଥର ପାଇଁ ଏକା ସାଙ୍ଗେ ଶପଥନେଲେ ୯ ବିଚାରପତି

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୩୧ : ଭାରତର ଇତିହାସରେ ପ୍ରଥମ । ଏକା ସଙ୍ଗେ ଶପଥ ନେଲେ ସୁପ୍ରିମକୋର୍ଟର ୯ଜଣ ନୂଆ ବିଚାରପତି । ମଙ୍ଗଳବାର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ୍ ଭେଙ୍କଟ ରମଣ ସେମାନଙ୍କୁ ଶପଥ ପାଠ କରାଇଛନ୍ତି । ୯ ନୂଆ ବିଚାରପତିଙ୍କ ମଧ୍ୟରେ ୩ ଜଣ ମହିଳା ବିଚାରପତି ମଧ୍ୟ ରହିଛନ୍ତି । କରୋନା ନିୟମକୁ ଧ୍ୟାନରେ ରଖି ସୁପ୍ରିମକୋର୍ଟର ଅତିରିକ୍ତ ବିଲ୍ଡିଂ କମ୍ପେ୍ଲକ୍ସର ସଭାଗାରରେ ପ୍ରଥମ ଥର ପାଇଁ ଏତେ ବଡ଼ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଛି । ୯ ବିଚାରପତିଙ୍କ ଶପଥ ପରେ ସର୍ବୋଚ୍ଚ ନ୍ୟାୟାଳୟରେ ସିଜେଆଇ ରମଣଙ୍କ ସମେତ ବିଚାରପତିଙ୍କ ସଂଖ୍ୟା ୩୩କୁ ବୃଦ୍ଧି ପାଇଛି । ନିୟମ ଅନୁଯାୟୀ, ସୁପ୍ରିମକୋର୍ଟରେ ସର୍ବାଧିକ ୩୪ ଜଣ ବିଚାରପତି ନିଯୁକ୍ତ ହୋଇପାରିବେ । ଏବେ କେବଳ ଗୋଟିଏ ପଦ ଖାଲି ରହିଛି ।

ସୂଚନା ଥାଉକି, ନୂତନ ବିଚାରପତିଙ୍କ ଶପଥ ପାଠ ପ୍ରଧାନ ବିଚାରପତିଙ୍କ କୋର୍ଟ ରୁମରେ କରାଯାଏ । କିନ୍ତୁ କରୋନା କଟକଣାକୁ ଦୃଷ୍ଟିରେ ରଖି ଚଳିତ ଥର ଶପଥ ଗ୍ରହଣ ସ୍ଥାନକୁ ପରିବର୍ତ୍ତନ କରାଯାଇଛି । ଶପଥ ନେଇଥିବା ୯ ବିଚାରପତି ହେଉଛନ୍ତି, ଜଷ୍ଟିସ୍ ଅଭୟ ଶ୍ରୀନିବାସ ଓକା, ଜଷ୍ଟିସ୍ ବିକ୍ରମ ନାଥ, ଜଷ୍ଟିସ୍ ଜିତେନ୍ଦ୍ର କୁମାର ମାହେଶ୍ୱରୀ, ଜଷ୍ଟିସ୍ ହିମା କୋହଲି, ଜଷ୍ଟିସ୍ ବିଭି ନାଗରତ୍ନା, ଜଷ୍ଟିସ୍ ସିଟି ରବିକୁମାର, ଜଷ୍ଟିସ୍ ଏମଏମ ସୁନ୍ଦରେଶ, ଜଷ୍ଟିସ୍ ବେଲା ଏମ ତ୍ରିବେଦୀ ଓ ଜଷ୍ଟିସ୍ ପିଏସ ନରସିମ୍‌ହା ।

Leave a Reply

%d bloggers like this: