ଓନମ୍ ଉପଲକ୍ଷେ ଆନ୍ନା ଏଲିଜାବେଥ୍ ଜର୍ଜ ତିଆରି କଲେ ଖାଇବାଯୋଗ୍ୟ ଶାଢ଼ି

ଓନମ୍ ଉପଲକ୍ଷେ ଆନ୍ନା ଏଲିଜାବେଥ୍ ଜର୍ଜ ତିଆରି କଲେ ଖାଇବାଯୋଗ୍ୟ ଶାଢ଼ି

ଓନମ୍ ଉପଲକ୍ଷେ ଆନ୍ନା ଏଲିଜାବେଥ୍ ଜର୍ଜ ତିଆରି କଲେ ଖାଇବାଯୋଗ୍ୟ ଶାଢ଼ି

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୩୧ : କେରଳର କୋଲ୍ଲମ୍ ସ୍ଥିତ ହୋମ୍ ବେକର ଆନ୍ନା ଏଲିଜାବେଥ୍ ଜର୍ଜ ଓନମ୍ ଉପଲକ୍ଷେ ଏକ ନିଆରା କୃତିତ୍ୱ ହାସଲ କରିଛନ୍ତି । ସେ ବିଶ୍ୱର ପ୍ରଥମ ଖାଇବାଯୋଗ୍ୟ ଶାଢ଼ି ଡିଜାଇନ୍ ପ୍ରସ୍ତୁତ କରିଛନ୍ତି । ଏହି ପାରମ୍ପରିକ କେରଳର କସାଭୁ ଖାଇବାଯୋଗ୍ୟ ଶାଢ଼ି ଜର୍ଜଙ୍କ ରୋଷେଇ ଘରେ ପ୍ରସ୍ତୁତ ହୋଇଛି ।

ନିଜର ରନ୍ଧନ ଦକ୍ଷତା ସହିତ ଜର୍ଜ ସର୍ବଦା କିଛି ନୂଆ ପରୀକ୍ଷା କରିଥାନ୍ତି । ଏହି ମନୋଭାବ ତାଙ୍କୁ ସର୍ବଦା ନୂଆ କରିବାକୁ ପ୍ରେରଣା ଦିଏ । ଏଥର ଏକ ପୂର୍ଣ୍ଣ କସାଭୁ ଶାଢ଼ି ପ୍ରସ୍ତୁତ କରି ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହି ଶାଢ଼ିକୁ ଉତ୍ସବମାନଙ୍କରେ ପିନ୍ଧାଯାଏ । ଶାଢ଼ିର ରଙ୍ଗ ଈଷତ୍ ଧଳା ଏବଂ ଧଡ଼ିରେ ସୁନେଲି ରଙ୍ଗର କରି କାମ ହୋଇଛି ।

ଜର୍ଜ କହିଛନ୍ତି ଯେହେତୁ ଆଜି ପର୍ଯ୍ୟନ୍ତ କୈାଣସି ବ୍ୟକ୍ତି ଖାଇବାଯୋଗ୍ୟ ବାସ୍ତବ ଶାଢ଼ି ପ୍ରସ୍ତୁତ ଲାଗି ପ୍ରୟାସ କରିନାହାନ୍ତି, ଜର୍ଜ ଏହା କରିବାକୁ ନିଷ୍ପତ୍ତି ନେଲେ । ସେ କହନ୍ତି, ‘ମୋ ରୋଷେଇ ଘରେ ଶାଢ଼ି ପ୍ରସ୍ତୁତ ହୋଇଛି । ମୈାଳିକ ସରଞ୍ଜାମ ଓ ଉପକରଣ ଜରିଆରେ ମୁଁ ମୋ ସ୍ୱପ୍ନ ପୂରଣ କରିପାରିଛି ।’ ଶାଢ଼ି ପ୍ରସ୍ତୁତି ଲାଗି ତାଙ୍କୁ ଏକ ସପ୍ତାହ ସମୟ ଲାଗିଛି । ଏହାର ଓଜନ ୨ କିଲୋଗ୍ରାମ୍ । ଶାଢ଼ିର ଆଧାର ପାଇଁ ଜର୍ଜ ଷ୍ଟାର୍ଚ ଆଧାରିତ ୱାଫର ପେପର୍ ବ୍ୟବହାର କରିଥିଲେ । ଶାଢ଼ିକୁ ପାରମ୍ପରିକ ଲୁକ୍ ଦେବା ଲାଗି ସୁନେଲି ରଙ୍ଗର ଗୁଣ୍ଡ ତା’ ଉପରେ ଛିଞ୍ଚିଥିଲେ । ଏହି ପ୍ରୋଜେକ୍ଟରେ ସେ ପ୍ରାୟ ୩୦ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି ।

Leave a Reply

%d bloggers like this: