ଆଫଗାନ ଛାଡ଼ିଲା ଆମେରିକା : ବିଳମ୍ବିତ ରାତିରେ କାବୁଲ ଏୟାରପୋର୍ଟରୁ ଭରିଲା ଶେଷ ଉଡ଼ାଣ

ଆଫଗାନ ଛାଡ଼ିଲା ଆମେରିକା : ବିଳମ୍ବିତ ରାତିରେ କାବୁଲ ଏୟାରପୋର୍ଟରୁ ଭରିଲା ଶେଷ ଉଡ଼ାଣ

ଆଫଗାନ ଛାଡ଼ିଲା ଆମେରିକା : ବିଳମ୍ବିତ ରାତିରେ କାବୁଲ ଏୟାରପୋର୍ଟରୁ ଭରିଲା ଶେଷ ଉଡ଼ାଣ

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୩୧ : ୨୦ ବର୍ଷ ପରେ ଆଫଗାନିସ୍ତାନରୁ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର କଲା ଆମେରିକା : କମାଣ୍ଡରଙ୍କୁ ଧନ୍ୟବାଦ ଜଣାଇଲେ ରାଷ୍ଟ୍ରପତି ଜୋ ବାଇଡେନ୍ । ବିଳମ୍ବିତ ରାତିରେ କାବୁଲ ଏୟାରପୋର୍ଟରୁ ଉଡ଼ିଲା ଆମେରିକାର ଶେଷ ବିମାନ । ସି-୧୭ ବିମାନ ରାତି ପାଖାପାଖି ୩ଟା ୨୯ରେ କାବୁଲ ଏୟାରପୋର୍ଟରୁ ଉଡ଼ାଣ ଭରିଥିଲା । ଏହି ଉଡ଼ାଣ ସହ ଆଫଗାନିସ୍ତାନରୁ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର କରିଛି ଆମେରିକା । ୧୯ ବର୍ଷ ୧୦ ମାସ ୧୦ ଦିନ ପରେ ଆମେରିକା ଆଫଗାନିସ୍ତାନରୁ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର କରିନେଇଛି । ଶେଷ ସୈନ୍ୟ ଭାବେ ମେଜର ଜେନେରାଲ ଖ୍ରୀସ୍ ଜୋନାହ୍ୱେ ବିମାନରେ ବସିଥିଲେ ।

ସୈନ୍ୟ ପ୍ରତ୍ୟାହାର ପରେ କାବୁଲ ଏୟାରପୋର୍ଟରେ ତାଲିବାନୀମାନେ କାବୁଲ ଏୟାରପୋର୍ଟରେ ଗୁଳି ଫୁଟାଇ ଉତ୍ସବ ମନାଇଥିଲେ । ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର ହୋଇଥିବାରୁ ଆମେରିକା ସୈନ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜୋ ବାଇଡେନ୍ । ୧ ଲକ୍ଷ ୨୦ ହଜାର ଲୋକଙ୍କୁ ଉଦ୍ଧାର କରାଯାଇଥିବା କହିଛନ୍ତି ବାଇଡେନ୍ । ଏହା ସହ ରାଷ୍ଟ୍ରପତି କହିଛନ୍ତି ଆମେରିକୀୟ ଆଫଗାନିସ୍ତାନରେ ରହି ଯାଇଛନ୍ତି । ଆଫଗାନିସ୍ତାନରୁ ଏୟାର ଲିପ୍ଟ ନେଇ ସରୁଥିଲା ଡେଡ୍‌ଲାଇନ୍ । ଅଗଷ୍ଟ ୩୧ ସୁଦ୍ଧା ସୈନ୍ୟ ପ୍ରତ୍ୟାହାର ପାଇଁ ଡେଡଲାଇନ୍ ଦେଇଥିଲା ତାଲିବାନ ।

Leave a Reply

%d bloggers like this: