ତାଲିବାନର କ୍ରୁରତା : ସାର୍ବଜନୀନ ସ୍ଥାନରେ ଗୀତ ଗାଇବାରୁ ପିଟି ପିଟ ଶେଷରେ ଗୁଳି କରିଦେଲେ

ତାଲିବାନର କ୍ରୁରତା : ସାର୍ବଜନୀନ ସ୍ଥାନରେ ଗୀତ ଗାଇବାରୁ ପିଟି ପିଟ ଶେଷରେ ଗୁଳି କରିଦେଲେ

ତାଲିବାନର କ୍ରୁରତା : ସାର୍ବଜନୀନ ସ୍ଥାନରେ ଗୀତ ଗାଇବାରୁ ପିଟି ପିଟ ଶେଷରେ ଗୁଳି କରିଦେଲେ

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୩୦ : ପୁଣି ସାମ୍ନାକୁ ଆସିଲା ତାଲିବାନର ବର୍ବରତା । ଆଫଗାନିସ୍ତାନରେ ତାଣ୍ଡବ କରୁଛନ୍ତି ତାଲିବାନୀ ଆତଙ୍କୀ । ଗୀତ ଗାଇବାରୁ ଜଣେ ଗାୟକଙ୍କୁ ନୃଶଂସ ଭାବେ ହତ୍ୟା କରିଛନ୍ତି ତାଲିବାନ ଆତଙ୍କୀ । କେବଳ ସେତିକି ନୁହେଁ ଏହି ଗାୟକଙ୍କୁ ମାଡ଼ ମାରି ଦରମରା କରିବା ପରେ ବିଭତ୍ସ ଭାବରେ ହତ୍ୟା କରିଛନ୍ତି ତାଲିବାନୀ ।

ସୂଚନାନୁଯାୟୀ, ପଞ୍ଜସିରା ଘାଟିର ଅନ୍ଦରାବ ଗ୍ରାମରେ ଜଣେ ଲୋକପ୍ରିୟ ଗାୟକ ଫବାଦ ଅନ୍ଦରାବୀଙ୍କୁ ତାଲିବାନମାନେ କ୍ରୁର ଭାବରେ ହତ୍ୟା କରିଛନ୍ତି । ଫବାଦଙ୍କୁ ତାଲିବାନମାନେ ତାଙ୍କ ଘରୁ ଘୋସାଡ଼ି ନେଇଥିଲେ । ଏହାପରେ ତାଙ୍କୁ ବନ୍ଧୁକରେ ପିଟିପିଟି ଦରମରା କରିଥିଲେ । ଶେଷରେ ଫବାଦଙ୍କୁ ଗୁଳି କରି ହତ୍ୟା କରିଥିଲେ ତାଲିବାନୀ । ଆଫଗାନିସ୍ତାନର ପୂର୍ବତନ ମନ୍ତ୍ରୀ ମସୁଦ ଅନ୍ଦରାବୀ ଏନେଇ ଟ୍ୱିଟ୍ କରି କହିଛନ୍ତି ଯେ, ଅନ୍ଦରାବରେ ତାଲିବାନର କ୍ରୂରତା ଜାରି ରହିଛି । ଲୋକପ୍ରିୟ ଗାୟକ ଫବାଦ ଅନ୍ଦରାବିଙ୍କୁ ସେମାନେ ଅମାନବୀୟ ଭାବରେ ହତ୍ୟା କରିଛନ୍ତି । ଫବାଦ ଗୀତ ଗାଇ ଘାଟିର ଲୋକମାନଙ୍କୁ ଖୁସି ରଖୁଥିଲେ ।

ପ୍ରକାଶ ଥାଉକି, ତାଲିବାନ ଆଫଗାନିସ୍ତାନରେ ସାର୍ବଜନିକ ରୂପରେ ସଙ୍ଗୀତ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲଗାଯାଇଛି । ତାଲିବାନର ପ୍ରବକ୍ତା ଜବିହୁଲ୍ଲାହ ମୁଜାହିଦ ଏକ ସାକ୍ଷାତକାରରେ କହିଛନ୍ତି ଯେ, ଇସଲାମ ସଙ୍ଗୀତଙ୍କୁ ଗ୍ରହଣ କରୁନାହିଁ । ଏଥିପାଇଁ ଲୋକମାନଙ୍କ ଉପରେ ଚାପ ପକାଇବା ପରିବର୍ତ୍ତେ ସେମାନଙ୍କୁ ଗୀତ ନ ଗାଇବାକୁ ଆମେ ରାଜି କରାଇବୁ ।

Leave a Reply

%d bloggers like this: