ଷ୍ଟୁଡିଓ ଭିତରେ ତାଲିବାନ, ବନ୍ଧୁକ ମୁନରେ ସାମ୍ବାଦିକ

ଷ୍ଟୁଡିଓ ଭିତରେ ତାଲିବାନ, ବନ୍ଧୁକ ମୁନରେ ସାମ୍ବାଦିକ

ଷ୍ଟୁଡିଓ ଭିତରେ ତାଲିବାନ, ବନ୍ଧୁକ ମୁନରେ ସାମ୍ବାଦିକ

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୩୦ : ବନ୍ଧୁକ ମୁନରେ ଟିଭି ସମ୍ବାଦଦାତା । ଚାରିପଟେ ଘେରି ରହିଛନ୍ତି ବନ୍ଧୁକଧାରୀ । ଷ୍ଟୁଡିଓ ଭିତରେ ସାମ୍ବାଦିକଙ୍କ ପଛରେ ଠିଆ ହୋଇଛନ୍ତି, ଆଉ ଏଭଳି ପରିସ୍ଥିତିରେ ନ୍ୟୁଜ୍ ପଢ଼ୁଛନ୍ତି ସାମ୍ବାଦିକ । ସେ ନିଜେ ଭୟଭୀତ ଥିଲେ ମଧ୍ୟ ଅନ୍ୟମାନଙ୍କୁ ଭୟ କରନାହିଁ ବୋଲି କହୁଛନ୍ତି । ଆଫଗାନିସ୍ତାନର ଏଭଳି ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଆଫଗାନିସ୍ତାନର ଏକ ଟିଭି ଚ୍ୟାନେଲରେ ଷ୍ଟୁଡିଓ ଭିତରେ ପଶି ସାମ୍ବାଦିକଙ୍କୁ ଧମକାଇଛନ୍ତି ତାଲିବାନୀ । ଏପରିକି ବନ୍ଧୁକ ମୁନରେ ଜଣେ ଟିଭି ସାମ୍ବାଦଦାତାଙ୍କୁ ନ୍ୟୁଜ ପଢ଼ିବାକୁ କହିଛନ୍ତି । ଏହି ଭିଡିଓ ଭାଇରାଲ ହେବାପରେ ତାଲିବାନର ଅସଲ ମୁଖା ସାମ୍ନାକୁ ଆସିଛି । ଜଣେ ସାମ୍ବାଦିକ ଏହି ଭିଡିଓକୁ ଟ୍ୱିଟ୍ କରି କହିଛନ୍ତି, ‘ଏହା ବେଶ୍ ଆଶ୍ଚର୍ଯ୍ୟଜନକ । ତାଲିବାନ ଆତଙ୍କବାଦୀମାନେ ଏହି ଭୟଭୀତ ଟିଭି ହୋଷ୍ଟ ପଛରେ ବନ୍ଧୁକ ଦେଖାଇ ତାଙ୍କୁ କହିଛନ୍ତି ଯେ, ଆଫଗାନିସ୍ତାନର ଲୋକମାନେ ଇସଲାମ ଏମିରେଟ୍‌କୁ ଭୟ କରିବା ଉଚିତ୍ ନୁହେଁ ।’

Leave a Reply

%d bloggers like this: