କେରଳରେ କରୋନା ଅଣାୟତ୍ତ

କେରଳରେ କରୋନା ଅଣାୟତ୍ତ

କେରଳରେ କରୋନା ଅଣାୟତ୍ତ

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୨୯ : କେରଳରେ କରୋନା ସଂକ୍ରମଣ ଅଣାୟତ୍ତ ହେଲାଣି । ଗତ ୫ ଦିନ ଭିତରେ ରାଜ୍ୟରୁ ପ୍ରାୟ ଦେଢ଼ ଲକ୍ଷ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟର ବଡ଼ ପର୍ବ ଓନମ୍ ପରେ ସଂକ୍ରମଣ ସଂଖ୍ୟା ୩୦ ହଜାରରୁ ଅଧିକ ରହିଛି । ଏହି ପର୍ବ ପରେ ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ଲାଗିଛି । ସଂକ୍ରମଣ ବୃଦ୍ଧି ପରିପ୍ରେକ୍ଷୀରେ କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟାନ ଏକ ସମ୍ବାଦିକ ସମ୍ମିଳନୀ କରି ଆଜିଠାରୁ ରାଜ୍ୟରେ ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ହେବ ବୋଲି ଘୋଷଣା କରିଛନ୍ତି ।

କେରଳ ଯୋଗୁଁ ଦେଶରେ କରୋନା ସଂକ୍ରମଣ ପୁଣି ଅଧିକ ମାତ୍ରାରେ ବଢ଼ିବାରେ ଲାଗିଛି । ଶୁକ୍ରବାର ଦେଶରେ ୪୬୭୮୩ ଜଣ ସଂକ୍ରମିତ ହୋଇଥିବାବେଳେ ଶନିବାର ୪୫୦୫୬ ଜଣ ସଂକ୍ରମିତ ହୋଇଛନ୍ତି । କେରଳରେ ଗତ ୨୪ ଘଣ୍ଟା ମଧ୍ୟରେ ୩୧୨୬୫ ଜଣ ନୂଆ ସଂକ୍ରମିତ ଠାବ ହୋଇଛନ୍ତି । ଦେଶରେ ମୋଟ ସଂକ୍ରମଣକୁ ଦେଖିଲେ କେରଳରେ ପ୍ରାୟ ୭୦ ପ୍ରତିଶତ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ତେବେ ଆଶ୍ୱସ୍ତିର ବିଷୟ ହେଲା ରାଜ୍ୟରେ ଟେଷ୍ଟ ପଜିଟିଭିଟି ରେଟ୍ ପୂର୍ବଦିନର ୧୯.୨୨ ପ୍ରତିଶତ ତୁଳନାରେ ୧୮୬୭ ପ୍ରତିଶତକୁ ହ୍ରାସ ପାଇଛି । ଦେଶର ମୋଟ ସକ୍ରିୟ କରୋନା ରୋଗୀଙ୍କ ମଧ୍ୟରେ ୫୫ ପ୍ରତିଶତରୁ ଅଧିକ ରୋଗୀ କେରଳରେ ରହିଛନ୍ତି ।

Leave a Reply

%d bloggers like this: