ତାଲିବାନ ଦଖଲରେ ବିମାନବନ୍ଦର

ତାଲିବାନ ଦଖଲରେ ବିମାନବନ୍ଦର

ତାଲିବାନ ଦଖଲରେ ବିମାନବନ୍ଦର

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୩୦ : ତାଲିବାନ ବାହିନୀ ଆଜି କାବୁଲ ଅନ୍ତର୍ଜାତୀୟ ବିମାନବନ୍ଦର ସମସ୍ତ ପ୍ରମୁଖ ଅଞ୍ଚଳକୁ ନିଜ ନିୟନ୍ତ୍ରଣକୁ ନେଇଛି । ଏହି ବିମାନବନ୍ଦରର ୩ଟି ମୁଖ୍ୟ ଗେଟ୍‌ର ପୂର୍ଣ୍ଣ ନିୟନ୍ତ୍ରଣ ତାଲିବାନ ନିଜ ହାତକୁ ନେବା ସହ ଏସବୁ ଅଞ୍ଚଳରେ ମୁତୟନ ଥିବା ଆମେରିକା ଓ ଏହାର ମିତ୍ର ରାଷ୍ଟ୍ରର ସୈନିକମାନଙ୍କୁ ତୁରନ୍ତ ଖାଲି କରାଇଛି । ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ସମଗ୍ର ବିମାନ ବନ୍ଦରକୁ ତାଲିବାନ ନିୟନ୍ତ୍ରଣ କରିବା ଏବଂ ଏହାର ନିଜସ୍ୱ ନୀତି ମୁତାବକ ଉଡ଼ାଣ ପାଇଁ ଅନୁମତି ମିଳିବ ବୋଲି ଜଣାପଡ଼ିଛି । ତାଲିବାନ ଦେଇଥିବା ସମୟ ସୀମା ଅଗଷ୍ଟ ୩୧ରେ ଶେଷ ହେଉଥିବାରୁ ଏହାର ଦିନକ ପୂର୍ବରୁ ସବୁ ପ୍ରକ୍ରିୟା ଶେଷ କରି ଆଫଗୀନିସ୍ତାନରୁ ବିଦାୟ ନେବାକୁ ଆମେରିକା ପ୍ରସ୍ତୁତି ଚଳାଇଛି ।

ଉଦ୍ଧାର ପ୍ରକ୍ରିୟା ଜାରି ରଖିବା ପାଇଁ କୈାଣସି ନିବେଦନକୁ ଗ୍ରହଣ କରାଯିବ ନାହିଁ ବୋଲି ତାଲିବାନ ପ୍ରବକ୍ତା ବାରମ୍ବାର କହିଥିବାରୁ ଆମେରିକା ଏହାକୁ ଗମ୍ଭୀରତାର ସହ ନେଇଛି । ତାଲିବାନ ଆଇଏସ୍‌-କେ ଆତଙ୍କବାଦୀଙ୍କ ଦ୍ୱାରା ବିମାନବନ୍ଦରରେ ଆକ୍ରମଣକୁ ତାଲିବାନ ନିନ୍ଦା କରିଥିଲେ ମଧ୍ୟ ଏବେ ଆମେରିକାର କାର୍ଯ୍ୟାନୁଷ୍ଠାନକୁ ମଧ୍ୟ ସମର୍ଥନ କରିନାହିଁ । ବିମାନବନ୍ଦର ଆକ୍ରମଣ ମାମଲାରେ ସମ୍ପୃକ୍ତି କେତେକ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି ଏବଂ ଆମେରିକା ଅଗଷ୍ଟ ୩୧ ପରେ କୈାଣସି ସାମରିକ କାର୍ଯ୍ୟାନୁଷ୍ଠାନ ଆଫଗାନ୍ ମାଟିରେ କରିପାରିବ ନାହିଁ ବୋଲି ଆଜି ତାଲିବାନ ପ୍ରବକ୍ତା କହିଛନ୍ତି ।

Leave a Reply

%d bloggers like this: