ଇତିହାସ ରଚିଲେ ଅବନୀ

ଇତିହାସ ରଚିଲେ ଅବନୀ

ଇତିହାସ ରଚିଲେ ଅବନୀ

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୩୦ : ଚଳିତ ଟୋକିଓ ପାରାଅଲମ୍ପିକ୍ସରେ ଭାରତକୁ ମିଳିଛି ପ୍ରଥମ ସ୍ୱର୍ଣ୍ଣ ପଦକ । ଦେଶ ପାଇଁ ଏହି ପଦକ ଜିତିଛନ୍ତି ସୁଟର ଅବନୀ ଲେଖରା । ୧୦ ମିଟର ଏୟାର ରାଇଫଲ୍‌ରେ ସେ ହାସଲ କରିଛନ୍ତି ଏହି ଐାତିହାସିକ ସଫଳତା ।

ଏହା ସହିତ ପାରାଅଲମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବାରେ ଅବନୀ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା । ସବୁଠୁ ବଡ଼ କଥା ହେଉଛି ଅବନୀ ଆଜି ବିଶ୍ୱ ରେକର୍ଡର ସମକକ୍ଷ ହୋଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେ ମୋଟ ୨୪୯.୬ ପଏଣ୍ଟ ସ୍କୋର କରିଥିଲେ । ଅବନୀ ସପ୍ତମୀ ସ୍ଥାନରେ ରହି ଫାଇନାଲ୍ ରାଉଣ୍ଡରେ ପ୍ରବେଶ କରିଥିଲେ । ଯୋଗ୍ୟତା ପର୍ଯ୍ୟାୟରେ ସେ ୬୨୧.୭ ପଏଣ୍ଟ ହାସଲ କରିଥିଲେ । ତେବେ ଫାଇନାଲ୍‌ରେ ସେ ତାଙ୍କ ଖେଳରେ ବହୁତ ଉନ୍ନତି ଆଣିଥିଲେ ।

ସେହିପରି ଡିସ୍‌କସ୍ ଥ୍ରୋରେ ଭାରତ ପାଇଁ ରୈାପ୍ୟ ପଦକ ଜିତିଛନ୍ତି ଯୋଗେଶ କଥୁନିଆ । ଆଜି ସେ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ସ୍ୱରୂପ ୪୪.୩୮ ମିଟର ପର୍ଯ୍ୟନ୍ତ ଡିସ୍‌କସ୍ ଫୋପାଡ଼ି ଥିଲେ । ଉଭୟ ଅବନୀ ଓ ଯୋଗେଶଙ୍କୁ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Leave a Reply

%d bloggers like this: