ଭକ୍ତଙ୍କ ପାଇଁ ୩ ଦିନ ଯାଏ ଶ୍ରୀମନ୍ଦିର ବନ୍ଦ

ଭକ୍ତଙ୍କ ପାଇଁ ୩ ଦିନ ଯାଏ ଶ୍ରୀମନ୍ଦିର ବନ୍ଦ

ଭକ୍ତଙ୍କ ପାଇଁ ୩ ଦିନ ଯାଏ ଶ୍ରୀମନ୍ଦିର ବନ୍ଦ

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୨୮ : ଶ୍ରୀମନ୍ଦିର ତିନିଦିନ ସର୍ବସାଧାରଣ ଦର୍ଶନ ପାଇଁ ବନ୍ଦ ରହିବ । ଶନିବାର ଓ ରବିବାର ସଟ୍‌ଡାଉନ ପାଇଁ ପୁରୀ ସହର ବନ୍ଦ ରହୁଥିବାରୁ ଶ୍ରୀମନ୍ଦିର ବନ୍ଦ ରହିବ । ସେପଟେ ଅଗଷ୍ଟ ୩୦ ଜନ୍ମାଷ୍ଟମୀରେ ଭକ୍ତଙ୍କ ଭିଡ଼ରୁ ସଂକ୍ରମଣ ଆଶଙ୍କା ଥିବାରୁ ଏହିଦିନ ବି ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରଖାଯାଇଥିବା ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି । ଅଗଷ୍ଟ ୩୧ରୁ ଦର୍ଶନ ଆରମ୍ଭ ହେବ ଓ ଜାରି କଟକଣା ଭିତରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ କହିଛି ।

ଆଜି ଭାଦ୍ରବ କୃଷ୍ନ ପଞ୍ଚମୀ ତିଥି ରେଖାପଞ୍ଚମୀରେ ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ଆଜି ଅପରାହ୍ନ ୨ ଟାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ କରି ଦିଆଯାଇଥିଲା । ଆଜି ଅପରାହ୍ନ ୨ଟା ୧୦ରେ ମା’ ଲକ୍ଷ୍‌ମୀ ଓ ମା’ ସରସ୍ୱତୀ ଖଟସେଜକୁ ବିଜେ କରିବା ପରେ ଅପରାହ୍ନ ୨ଟା ୧୫ରେ ଜୟ-ବିଜୟ ଦ୍ୱାର ବନ୍ଦ କରାଯାଇଥିଲା । ପରେ ଅପରାହ୍ନ ୨ଟା ୪୫ରେ ଦଇତାପତି ସେବକମାନେ ରାହୁରେଖା ଲାଗି ନୀତି ପାଇଁ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ । ଶ୍ରୀଜିଉଙ୍କୁ ସୁବର୍ନ ରାହୁରେଖା ଲାଗି ହୋଇଥିଲା ।

ସନ୍ଧ୍ୟା ୬ଟା ୪୫ରେ ରାହୁରେଖା ଲାଗି ନୀତି ସାରି ଦଇତାପତି ସେବକମାନେ ଶ୍ରୀମନ୍ଦିରରୁ ବାହାରିଥିଲେ । ପରେ ସିଂହାସନ ମାର୍ଜନା ଓ ମହାସ୍ନାନ ନୀତି ସମ୍ପନ୍ନ ହୋଇଥିଲା । ମା’ ଲକ୍ଷ୍‌ମୀ ଓ ମା’ ସରସ୍ୱତୀ ଭିତରକୁ ବିଜେ କରିଥିଲେ ।

Leave a Reply

%d bloggers like this: