ବଟି ମଗା ସାମ୍ବାଦିକାଙ୍କୁ ଗିରଫ କଲା ପୋଲିସ, ସିଜ୍ ହେଲା ଅଫିସ୍

ବଟି ମଗା ସାମ୍ବାଦିକାଙ୍କୁ ଗିରଫ କଲା ପୋଲିସ, ସିଜ୍ ହେଲା ଅଫିସ୍

ବଟି ମଗା ସାମ୍ବାଦିକାଙ୍କୁ ଗିରଫ କଲା ପୋଲିସ, ସିଜ୍ ହେଲା ଅଫିସ୍

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୨୮ : ଆଗଧାଡ଼ିର ସାମ୍ବାଦିକା ବୋଲି ପରିଚୟ ଦେଲେ । କିଛି ଭିଡିଓ ଓ ତଥ୍ୟ ପଠାଇ ଅଫିସ୍‌କୁ ଆସି ମୁଲଚାଲ କରିବାକୁ କହିଲେ । ପରେ ଖଣି ଦୁର୍ନିତୀର ଫର୍ଦ୍ଦାପାସ କରି ପ୍ରଶୟ ଦେବାକୁ ଧମକ ଦେଲେ । ଦୁଇ ବ୍ୟବସାୟୀ ଡରିମରି ଅଫିସ୍‌କୁ ଆସିବା ପରେ ଆରମ୍ଭ ହେଲା ଅତ୍ୟାଚାର । ଗୋଟିଏ ଘରେ ଦୁଇ ଦିନ ବନ୍ଦୀ ରଖି ଦୁଇ ବ୍ୟବସାୟୀଙ୍କୁ ନିସ୍ତୁକ ପିଟିଲେ । କେବଳ ସେତିକି ନୁହେଁ ପରିବାର ଲୋକଙ୍କୁ ୧୦ ଲକ୍ଷ ଟଙ୍କା ଦେବାକୁ ଦାବି କଲେ । ଏଭଳି ଘଟଣା ସାମ୍ନାକୁ ଆସିଛ ଭୁବନେଶ୍ୱର ନନ୍ଦନକାନନ ଥାନାରେ ।

ବ୍ୟବସାୟୀ ପୂର୍ଣ୍ଣଚନ୍ଦ୍ର ସାହୁ ଥାନାରେ ଏତଲା ଦେବା ପରେ ପୋଲିସ ଘଟଣାର ତଦନ୍ତ କରି ଜଣେ ମହିଳା ସାମ୍ବାଦିକାଙ୍କ ସମେତ ଚାରି ଜଣ ଅଭିଯୁକ୍ତଙ୍କୁ ଅଟକ ରଖିଛି । ସାମ୍ବାଦିକା ଜଣକ ହେଲେ ଲାଇଭ୍ କଳିଙ୍ଗ ୱେବ୍ ପୋର୍ଟାଲର ପ୍ରିୟମ୍ବଦା ନାୟକ । ଘଟଣାର ମାଷ୍ଟରମାଇଣ୍ଡ୍ ୱେବ୍ ପୋର୍ଟାଲର ସିଇଓ ରାଜ୍ ନାମକ ଯୁବକ ଫେରାର ଅଛନ୍ତି । ସମସ୍ତ ଅଭିଯୁକ୍ତ ପରିବାର ଲୋକଙ୍କୁ ଧମକାଇ ୧୦ ଲକ୍ଷ ଟଙ୍କା ମାଗିଥିଲେ । ପରିବାର ଲୋକେ ୧୦ ଲକ୍ଷ ଟଙ୍କା ଦେଇ ବନ୍ଦୀ ରଖିଥିବା ଦୁଇଜଣଙ୍କୁ ମୁକୁଳାଇଥିଲେ ।

ଏହି ଘଟଣା ପରେ ପୋଲିସ ଲାଇଭ୍ କଳିଙ୍ଗ ୱେବ୍ ପୋର୍ଟାଲ ଅଫିସ୍‌କୁ ସିଜ୍ କରି ଅଫିସର ଆସବାପତ୍ର ଏବଂ ଏକ ବନ୍ଧୁକ ଜବତ ହୋଇଥିବା ଜଣାପଡ଼ିଛି । ଡିସିପି ଶ୍ରୀ ଉମାଶଙ୍କର ଦାଶ ପ୍ରେସ୍ ମିଟ୍ ରଖିବା ସହ ଖବରର ଖୋଳତାଡ଼ ଚାଲିଛି ବୋଲି କହିଛନ୍ତି । ଘଟଣାରେ ଆହୁରି ଅନେକ ଅଭିଯୁକ୍ତ ସାମିଲ ଥିବା ଶ୍ରୀ ଦାଶ କହିଛନ୍ତି ।

Leave a Reply

%d bloggers like this: