ବାବା ବିଜୟାନନ୍ଦଙ୍କ ଗ୍ଲାମର ଲିଙ୍କ୍ : କୋଟିଏ ଟଙ୍କା ବଜେଟ୍‌ରେ ଫିଲ୍ମ ପ୍ରୋଜେକ୍ଟ , ନେତା-ରାଜନେତା-ସାଧୁସନ୍ଥଙ୍କୁ ଗୋଟାଏ ଘାଟରେ କରୁଥିଲେ ଏକାଠି

ବାବା ବିଜୟାନନ୍ଦଙ୍କ ଗ୍ଲାମର ଲିଙ୍କ୍ : କୋଟିଏ ଟଙ୍କା ବଜେଟ୍‌ରେ ଫିଲ୍ମ ପ୍ରୋଜେକ୍ଟ, ନେତା-ରାଜନେତା-ସାଧୁସନ୍ଥଙ୍କୁ ଗୋଟାଏ ଘାଟରେ କରୁଥିଲେ ଏକାଠି

ବାବା ବିଜୟାନନ୍ଦଙ୍କ ଗ୍ଲାମର ଲିଙ୍କ୍ : କୋଟିଏ ଟଙ୍କା ବଜେଟ୍‌ରେ ଫିଲ୍ମ ପ୍ରୋଜେକ୍ଟ, ନେତା-ରାଜନେତା-ସାଧୁସନ୍ଥଙ୍କୁ ଗୋଟାଏ ଘାଟରେ କରୁଥିଲେ ଏକାଠି

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୨୮ : ଆତ୍ମଘୋଷିତ ସ୍ୱାମୀ ବିଜୟାନନ୍ଦ ମହାରାଜ ଓରଫ ବିଜୟାନନ୍ଦ ଚୈାଧୁରୀ ଗିରଫ ପରେ ଏବେ ତାଙ୍କ ରଙ୍ଗିନ୍ ଦୁନିଆ ବିଷୟରେ ଜାଣିବାକୁ ପାଇଛି ଇଓଡବ୍ଲ୍ୟୁ । ବାବାଙ୍କ ଗୁମର ଖୋଲିବାରେ ଲାଗିଛି । ପୂର୍ବରୁ ବାବାଙ୍କ ବିଳାସମୟ ଜୀବନ ବିଷୟରେ ଜାଣିବାକୁ ପାଇଥିଲା ପୋଲିସ । ଏବେ ବାବଙ୍କ ଗ୍ଲାମର ଲିଙ୍କ୍ ମିଳିଛି । ଠକେଇ ଟଙ୍କାରେ ବାବା ସିନେମା କରିବାକୁ ଯୋଜନା କରିଥିଲେ । ସିନେମାର ନାଁ ଥିଲା ‘ବାର ହାତ ଖଣ୍ଡା’ । ଯାହାର ଶୁଭ ମୁହୁରତରେ ଜଣେ ପୂର୍ବତନ ସାଂସଦ ମୁଖ୍ୟ ଅତିଥି ହୋଇଥିଲେ ।

‘ବାର ହାତ ଖଣ୍ଡା’ ଓଡ଼ିଆ ସିନେମାଟି ସମ୍ପୂର୍ନ ଆଧ୍ୟାତ୍ମିକ । ବାବା ଏ ଫିଲ୍ମର ପ୍ରଯୋଜକ । ୧ କୋଟିରୁ ଅଧିକ ଟଙ୍କା ଏହି ସିନେମାରେ ଖର୍ଚ୍ଚ ହେବ ବୋଲି ଯୋଜନା ଥିଲା । ଅନେକ କଳାକାର ଅନ୍ୟ କର୍ମଚାରୀମାନେ ଅଗ୍ରୀମ ଟଙ୍କା ନେଇ ସାରିଛନ୍ତି । ଏବେ ବାବା ଗିରଫ ହେବାପରେ ବାର ହାତ ଖଣ୍ଡା ଚର୍ଚ୍ଚାକୁ ଆସିଛି ।

ଗତ ଫେବ୍ରୁଆରୀ ମାସ ୧୬ ତାରିଖରେ ଭରତପୁର ଅନ୍ଧାରୁଆରେ ଆଧ୍ୟାତ୍ମିକ କାହାଣୀକୁ ନେଇ ଅଡିଓ ଭିଜୁଆଲର ଶୁଭମୁକ୍ତି ହୋଇଥିଲା । ଶୁଭମୁକ୍ତି ସମୟରେ ଅନେକ ସାଧୁସନ୍ଥ, ରାଜନେତା, ଯାତ୍ରା, ସିନେମା କଳାକାର ଯୋଗ ଦେଇଥିଲେ । ଠକେଇ ଟଙ୍କାରେ ବାବା ରଙ୍ଗୀନ ଦୁନିଆରେ ପାଦ ଥାପି ଥିଲେ । ଶୁଭମୁକ୍ତି ସମୟରେ ଠକ ବାବା ୧୨ ହାତ ଲମ୍ବାର ଏକ ଡମି ଖଣ୍ଡାକୁ ଧରିଥିଲେ । ଯେଉଁମାନେ ଟଙ୍କା ନେଇଛନ୍ତି ସେମାନଙ୍କୁ ଇଓଡବ୍ଲ୍ୟୁ ଜେରା କରିବ ବୋଲି ଜଣାପଡ଼ିଛି ।

Leave a Reply

%d bloggers like this: