ଦିନକରେ ୧ କୋଟିରୁ ଉର୍ଦ୍ଧ୍ୱ ଟିକାକରଣ, WHOର ମୁଖ୍ୟ ବୈଜ୍ଞାନିକ ଭାରତକୁ ଜଣାଇଲେ ଶୁଭେଚ୍ଛା

ଦିନକରେ ୧ କୋଟିରୁ ଉର୍ଦ୍ଧ୍ୱ ଟିକାକରଣ, WHOର ମୁଖ୍ୟ ବୈଜ୍ଞାନିକ ଭାରତକୁ ଜଣାଇଲେ ଶୁଭେଚ୍ଛା

ଦିନକରେ ୧ କୋଟିରୁ ଉର୍ଦ୍ଧ୍ୱ ଟିକାକରଣ, WHOର ମୁଖ୍ୟ ବୈଜ୍ଞାନିକ ଭାରତକୁ ଜଣାଇଲେ ଶୁଭେଚ୍ଛା

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୨୮ : କରୋନା ଭାଇରସ୍ ବିରୋଧରେ ଭାରତର ଟିକାକରଣ ଜାରି ରହିଛି । ଦେଶରେ ଗୋଟିଏ ଦିନରେ ୧ କୋଟିରୁ ଅଧିକ ଲୋକଙ୍କୁ ଟିକାକରଣ କରାଯାଇଥିବା କାରଣରୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଭାରତକୁ ଶୁଭେଚ୍ଛା ଜଣାଇଛନ୍ତି । ଶୁକ୍ରବାର ଭାରତ ଏହି ସଫଳତା ପାଇଥିବା ବେଳେ WHOର ମୁଖ୍ୟ ବୈଜ୍ଞାନିକ

ସୈାମ୍ୟା ସ୍ୱାମୀନାଥନ ଟୁଇଟ୍ କରି ଟିକାକରଣ ପ୍ରକ୍ରିୟାରେ ସାମିଲ ହଜାର ହଜାର ଲୋକଙ୍କୁ ଅଭିନନ୍ଦନ ଦେଇଛନ୍ତି । ଏହାଛଡ଼ା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହାକୁ ଗୁରୁତ୍ୱପୂର୍ନ ଉପଲବ୍ଧି ବୋଲି କହିଛନ୍ତି । ଦେଶରେ ଅଧାରୁ ଅଧିକ ବୟସ୍କ ଜନସଂଖ୍ୟା କୋଭିଡ୍‌-୧୯ ବିରୋଧରେ ଅତି କମ୍‌ରେ ଗୋଟିଏ ଡୋଜ୍ ନେଇ ସାରିଛନ୍ତି ।
ସ୍ୱାମୀନାଥନ ଟ୍ୱିଟ୍ କରି କହିଛନ୍ତି, ଭାରତ ୫୦ ପ୍ରତିଶତ ବୟସ୍କ ଜନସଂଖ୍ୟା ଟିକା ନେଇସାରିଛନ୍ତି । ଏ ପର୍ଯ୍ୟନ୍ତ ୬୨କୋଟି ଡୋଜ୍ ନିଆଯାଇ ସାରିଛି । ଏଥିରେ ସାମିଲ ହଜାର ହଜାର କର୍ମୀଙ୍କୁ ଶୁଭକାମନା । ଟିକାକରଣ ସହିତ ସାର୍ବଜନୀକ ସ୍ୱାସ୍ଥ୍ୟ ଓ ବ୍ୟକ୍ତିଗତ ନିବାରକ ଉପାୟ ସମସ୍ତଙ୍କୁ ରକ୍ଷା କରିବ । ବିଶେଷଜ୍ଞମାନେ ଲଗାତାର ଦୃତ ଟିକାକରଣ ଉପରେ ଜୋର ଦେଉଛନ୍ତି ।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରି କହିଥିଲେ, ଆଜି ଟିକାକରଣର ରେକର୍ଡ ସଂଖ୍ୟା ରହିଛି । ଏକ କୋଟି ସଂଖ୍ୟା ଅତିକ୍ରମ କରିବା ଏକ ବଡ଼ ସଫଳତା, ଟିକାକରଣ କରିଥିବା ଲୋକଙ୍କୁ ଶୁଭେଚ୍ଛା । ସରକାରୀ ସଂଖ୍ୟା କହୁଛି ଯେ, ଶୁକ୍ରବାର ମୋଟ ୧ କୋଟି ୬୪ ହଜାର ୩୭୬ଜଣଙ୍କୁ ଡୋଜ୍ ଦିଆଯାଇଛି । ଏହାପୂର୍ବରୁ, ୧୬ ଅଗଷ୍ଟରେ ଗୋଟିଏ ଦିନରେ ସର୍ବାଧିକ ୮.୮୨ ଲକ୍ଷ ଡୋଜ୍ ଦିଆଯାଇଥିଲା ।

Leave a Reply

%d bloggers like this: