ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍ ବୈଠକ

ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍ ବୈଠକ

ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍ ବୈଠକ

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୨୭ : ଆଜି ସନ୍ଧ୍ୟାରେ ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ । ସନ୍ଧ୍ୟା ୬ଟାରେ ଭର୍ଚ୍ଚୁଆଲ ମୋଡ୍‌ରେ ଏହି ବୈଠକ ହେବାର ଅଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୈଠକରେ ଅଧ୍ୟକ୍ଷତା କରିବେ ବୋଲି ଜଣାଯାଇଛି ।

ଏହି ବୈଠକ ପଞ୍ଚାୟତିରାଜ, ଉଚ୍ଚଶିକ୍ଷା ଓ ପରିବହନ ବିଭାଗର ଗୁରୁତ୍ୱପୂର୍ନ ପ୍ରସ୍ତାବ ଉପରେ ଆଲୋଚନା ହେବ । ବୈଠକରେ ଫୋକସରେ ରହିପାରେ ପଞ୍ଚାୟତିରାଜ ବିଭାଗର ଆଇନ ସଂଶୋଧନ । ବିଧାନସଭା ଅଧିବେଶନ ସେପ୍ଟେମ୍ବର ପହିଲାରୁ ଆରମ୍ଭ ହେଉଥିବାରୁ ଏହି ବୈଠକ ବେଶ୍ ଗୁରୁତ୍ୱପୂର୍ନ ହେବ ବୋଲି କୁହାଯାଇଛି ।

ସୂଚନାଯୋଗ୍ୟ, ସେପ୍ଟେମ୍ବର ୧ରୁ ୯ତାରିଖ ପର୍ଯ୍ୟନ୍ତ ଚାଲିବ ବିଧାନସଭା ଅଧିବେଶନ । ସେପ୍ଟେମ୍ବର ୩ତାରିଖରୁ ପ୍ରାଇଭେଟ୍ ମେମ୍ବର୍ସ ବିଜ୍‌ନେସ୍ ପାଇଁ ରଖାଯାଇଥିବାବେଳେ ଅନ୍ୟ ସମସ୍ତ ଦିନଗୁଡ଼ିକ ଅଫିସିଆଲ କାର୍ଯ୍ୟଦିବସ ରହିଛି । ୫ ତାରିଖ ରବିବାର ଛୁଟି ରହିବ । ବିଧାନସଭା ସଚିବ ଦାଶରଥୀ ଶତପଥୀଙ୍କ ଦ୍ୱାରା ଜାରି ସମନ ଅନୁସାରେ, ସେପ୍ଟେମ୍ବର ୧ତାରିଖ ପୂର୍ବାହ୍ନ ୧୧ଟାରେ ବିଧାନସଭା ଅଧିବେଶନ ଆରମ୍ଭ ପାଇଁ ରାଜ୍ୟପାଳ ସମନ ଜାରି କରିଛନ୍ତି ।

Leave a Reply

%d bloggers like this: