କାବୁଲରେ ବିସ୍ପୋରଣ, ୧୦୦ରୁ ଉର୍ଦ୍ଧ୍ୱ ମୃତ, ୨ଶହରୁ ଅଧିକ ଆହତ

କାବୁଲରେ ବିସ୍ପୋରଣ, ୧୦୦ରୁ ଉର୍ଦ୍ଧ୍ୱ ମୃତ, ୨ଶହରୁ ଅଧିକ ଆହତ

କାବୁଲରେ ବିସ୍ପୋରଣ, ୧୦୦ରୁ ଉର୍ଦ୍ଧ୍ୱ ମୃତ, ୨ଶହରୁ ଅଧିକ ଆହତ

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୨୭ : ତାଲିବାନ ନିୟନ୍ତ୍ରଣାଧୀନ ଆଫଗାନିସ୍ତାନ ରାଜଧାନୀ କାବୁଲରେ ଗତକାଲି ତିନିଟି ଶକ୍ତିଶାଳୀ ବିସ୍ପୋରଣ ହୋଇଛି । ଏଥିରେ ଅତି କମ୍‌ରେ ୧୦୦ରୁ ଅଧିକ ଜଣ ପ୍ରାଣ ହରାଇଛନ୍ତି ଏବଂ ଶତାଧିକ ଆହତ ହୋଇଛନ୍ତି । ପ୍ରାଣ ହରାଇଥିବା ଲୋକମାନଙ୍କ ମଧ୍ୟରେ ଅଧିକାଂଶ ଆମେରିକାର ସୈନିକ ଏବଂ ଡାକ୍ତରୀ କର୍ମଚାରୀ ଥିବା ଜଣାପଡ଼ିଛି ।

ଏହି ବିସ୍ପୋରଣ ପାଇଁ ଦୁର୍ଦାନ୍ତ ଆତଙ୍କବାଦୀ ସଙ୍ଗଠନ ଆଇଏସ୍ ନିଜକୁ ଦାୟୀ କରିଛି । ଏପରି ଆହୁରି ଅନେକ ଆତ୍ମଘାତୀ ଆକ୍ରମଣ କରିବ ବୋଲି ସଙ୍ଗଠନ ଧମକ ଦେଇଛି । ଏହି ଆକ୍ରମଣକୁ ଭାରତ ଏବଂ ଆମେରିକା ସମେତ ଅନେକ ଦେଶ ନିନ୍ଦା କରିଛନ୍ତି । ତାଲିବାନ ମଧ୍ୟ ଏହାର ନିନ୍ଦା କରିଛି । ଭାରତ ପକ୍ଷରୁ କୁହାଯାଇଛି ଯେ ଆତଙ୍କବାଦୀ ସଙ୍ଗଠନ ଏବଂ ସେମାନଙ୍କୁ ଆଶ୍ରୟ ଦେଉଥିବା ଦେଶ ବିରୋଧରେ ଏକାଠି ହେବାର ସମୟ ଆସିଛି ।

Leave a Reply

%d bloggers like this: