ବଡ଼ ମେଡିକାଲରେ ଇକମୋ ଚିକିତ୍ସା ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ବଡ଼ ମେଡିକାଲରେ ଇକମୋ ଚିକିତ୍ସା ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ବଡ଼ ମେଡିକାଲରେ ଇକମୋ ଚିକିତ୍ସା ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଆଜି କଟକ ବଡ଼ ମେଡିକାଲର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଁଞ୍ଚିଛନ୍ତି । ବଡ଼ ମେଡିକାଲରେ ପହଁଞ୍ଚି ଇକମୋ ଚିକିତ୍ସା ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ୯ଟି ଇକମୋ ମେସିନ ଉଦ୍‌ଘାଟନ କରିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଏସସିବି ପୂର୍ବ ଭାରତର ଇକମୋ ହବ୍ ହେବ ।

ରାଜ୍ୟ ସରକାର ମାଗଣାରେ ଇକମୋ ସେବା ଯୋଗାଇବେ । ସମସ୍ତ ଖର୍ଚ୍ଚ ସରକାର ବହନ କରିବେ । କରୋନାର ତୃତୀୟ ଲହର ମୁକାବିଲା ପାଇଁ ଆମକୁ ସତର୍କ ରହିବାକୁ ପଡ଼ିବ । କୋଭିଡ୍ ନିୟମକୁ ଆମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପଡ଼ିବ । ନିଜେ ସୁରକ୍ଷିତ ରୁହନ୍ତୁ ପିଲାମାନଙ୍କୁ ସୁରକ୍ଷିତ ରଖନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave a Reply

%d bloggers like this: