କରୋନା ଟିକା ପ୍ରସ୍ରୁତରେ ରିଲାଏନ୍ସ ଲାଇଫ ସାଇନ୍ସ, କ୍ଲିନିକାଲ ଟ୍ରାଏଲ ପାଇଁ ଡିସିଜିଆଇର ଅନୁମତି

କରୋନା ଟିକା ପ୍ରସ୍ରୁତରେ ରିଲାଏନ୍ସ ଲାଇଫ ସାଇନ୍ସ, କ୍ଲିନିକାଲ ଟ୍ରାଏଲ ପାଇଁ ଡିସିଜିଆଇର ଅନୁମତି

କରୋନା ଟିକା ପ୍ରସ୍ରୁତରେ ରିଲାଏନ୍ସ ଲାଇଫ ସାଇନ୍ସ, କ୍ଲିନିକାଲ ଟ୍ରାଏଲ ପାଇଁ ଡିସିଜିଆଇର ଅନୁମତି

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୨୭ : ମୁକେଶ ଅମ୍ବାନୀଙ୍କ ମାଲିକାନାରେ ଚାଲିଥିବା ରିଲାଏନ୍ସ ଗ୍ରୁପ ଏବେ କରୋନା ଭୂତାଣୁରୁ ରକ୍ଷା ପାଇବାକୁ ଭ୍ୟାକ୍ସିନ ପ୍ରସ୍ତୁତ କରିବା କ୍ଷେତ୍ରରେ ଆଗକୁ ଆସିଛି । ରିଲାଏନ୍ସ ଲାଇଫ ସାଇନ୍ସ ତରଫରୁ ଦୁଇଟି ଡୋଜବାଲା କରୋନା ଟିକାର ବିକଶିତ କରାଯାଇଛି । ଏହାର କ୍ଲିନିକାଲ ଟ୍ରାଏଲ୍ ପାଇଁ କମ୍ପାନୀ ତରଫରୁ ଅନୁମତି ମଗାଯାଇଥିବା ବେଳେ ଏବେ ସରକାର ଏହାକୁ ଅନୁମତି ଦେଇଛନ୍ତି ।

ଡ୍ରଗ୍ସ କଣ୍ଟ୍ରୋଲର ଜେନେରଲ୍ ଅଫ୍ ଇଣ୍ଡିଆ ଏହି ଟିକା କ୍ଲିନିକାଲ ପରୀକ୍ଷଣ ପାଇଁ ଅନୁମତି ଦେଇଛି । ଗୁରୁବାର ଦିନ ଏ ନେଇ ବିଶେଷଜ୍ଞ ସମିତିରେ ନିଷ୍ପତ୍ତି ହୋଇଥିଲା । ପ୍ରଥମେ ବିଶେଷଜ୍ଞ କମିଟି ରିଲାଏନ୍ସର ଆବେଦନ ଉପରେ ତର୍ଜମା କରିଥିଲା । ଏହାପରେ ମଞ୍ଜୁରୀ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲା । କହିରଖୁ କି ଭ୍ୟାକ୍ସିନର ପ୍ରଥମ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲରୁ ସର୍ବାଧିକ ସହନଶୀଳ ଖୋରାକ ନିର୍ଦ୍ଧାରିତ କରିବା ସହ ଟିକାର ସୁରକ୍ଷା, ପ୍ରଭାବ ଆଦି ଉପରେ ପରୀକ୍ଷା କରାଯାଇଥାଏ ।

ସୂଚନା ଥାଉ କି, ଦେଶର କରୋନା ବିରୋଧ ଲଢ଼େଇରେ ଚାଲିଥିବା ଟିକାକରଣ ଅଭିଯାନରେ ଏ ପର୍ଯ୍ୟନ୍ତ ୬ଟି ଟିକାକୁ ଜରୁରାକାଳୀନ ବ୍ୟବହାର ପାଇଁ ଡିସିଜିଆଇ ଅନୁମତି ପ୍ରଦାନ କରିଛନ୍ତି । ଏହା ମଧ୍ୟରେ ସେରମ ଇନଷ୍ଟିଚ୍ୟୁଟର କୋଭିସିଲ୍ଡ, ଭାରତ ବାୟୋଟେକର କୋଭାକ୍ସିନ, ଋଷ ନିର୍ମିତ ସ୍ପୁଟନିକ-ଭି, ଆମେରିକାର ମଡର୍ନା, ଜନସନ ଆଣ୍ଡ ଜନସନ ଓ ଜାଇଡସ କାଡିଲା ସାମିଲ ଅଛି ।

Leave a Reply

%d bloggers like this: