ବୁଲେଟ୍‌କୁ ଧକ୍କା ଦେଲା ବୋଲେରୋ, ପୋଲିସ୍ କର୍ମଚାରୀ ଗୁରୁତର

ବୁଲେଟ୍‌କୁ ଧକ୍କା ଦେଲା ବୋଲେରୋ, ପୋଲିସ୍ କର୍ମଚାରୀ ଗୁରୁତର

ବୁଲେଟ୍‌କୁ ଧକ୍କା ଦେଲା ବୋଲେରୋ, ପୋଲିସ୍ କର୍ମଚାରୀ ଗୁରୁତର

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୨୭ : ବୋଲେରୋ ଧକ୍କାରେ ଜଣେ ପୋଲିସ କର୍ମଚାରୀ ଗୁରୁତର ଭାବେ ଆହତ ହୋଇଛନ୍ତି । ରାଜଧାନୀ ଭୁବନେଶ୍ୱରର ବାଣୀବିହାର ନିକଟସ୍ଥ ସତସଙ୍ଗ ବିହାର ଛକରେ ଆଜି ଘଟିଛି ଏହି ଦୁର୍ଘଟଣା । ଆହତ ପୋଲିସ କର୍ମଚାରୀଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ୍ ହସ୍‌ପିଟାଲ୍ ରଖାଯାଇଛି ।

ଏହି ପୋଲିସ କର୍ମଚାରୀ ଜଣଙ୍କ ବୁଲେଟରେ ଯାଉଥିବା ବେଳେ ଏକ ବୋଲେରୋ ତାଙ୍କୁ ଧକ୍କା ଦେଇଥିଲା । ତାଙ୍କୁ ଧକ୍କା ଦେବା ପରେ ବୋଲେରୋଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା । ଦୁର୍ଘଟଣା ଘଟାଇଥିବା ବୋଲେରୋରେ ବସିଥିବା ୪ ଜଣଙ୍କ ମଧ୍ୟରୁ ତିନି ଜଣ ଫେରାର ହୋଇଯିବାରେ ସଫଳ ହୋଇଥିଲେ । ପୋଲିସ ଜଣଙ୍କୁ ଧରି ଅଟକ ରଖିଛି । ଡ୍ରାଇଭର ସହ ବୋଲେରୋରେ ଥିବା ସମସ୍ତ ୪ ଜଣ ବ୍ୟକ୍ତି ମଦ ପିଇଥିଲେ ବୋଲି ପ୍ରାଥମିକ ଅନୁସନ୍ଧାନ ଜଣାପଡ଼ିଛି ।

Leave a Reply

%d bloggers like this: