କାବୁଲ ବିମାନବନ୍ଦର ପରେ ଏବେ କାଜାକିସ୍ତାନ ସେନା ଗୋଦାମରେ ବଡ଼ଧରଣର ବିସ୍ପୋରଣ, ୯ ମୃତ୍ୟୁ

କାବୁଲ ବିମାନବନ୍ଦର ପରେ ଏବେ କାଜାକିସ୍ତାନ ସେନା ଗୋଦାମରେ ବଡ଼ଧରଣର ବିସ୍ପୋରଣ, ୯ ମୃତ୍ୟୁ

କାବୁଲ ବିମାନବନ୍ଦର ପରେ ଏବେ କାଜାକିସ୍ତାନ ସେନା ଗୋଦାମରେ ବଡ଼ଧରଣର ବିସ୍ପୋରଣ, ୯ ମୃତ୍ୟୁ

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୨୭ : ଏବେ ଆତଙ୍କବାଦକୁ ନେଇ ସାରା ବିଶ୍ୱ ଚିନ୍ତିତ ଥିବାବେଳେ ଗତକାଲି କାବୁଲ ବିମାନବନ୍ଦର ବାହାରେ ହୋଇଥିବା ବିସ୍ପୋରଣ ବିଶ୍ୱ ନେତୃତ୍ୱଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି । ଏହାରି ଭିତରେ ପୁଣି ଏକ ବିସ୍ପୋରଣର ଖବର ଆସିଛି । କାଜାକିସ୍ତାନର ତରାଜ ସହରରେ ଥିବା ସେନା ଗୋଦାମରେ ବିସ୍ପୋରଣ ଘଟି ୯ଜଣ ଲୋକଙ୍କ ଜୀବନ ଯାଇଛି । ଏ ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମ ଏଏଫପି ତରଫରୁ ସୂଚନା ଦିଆଯାଇଛି ।

କହିରଖୁ କି ଗତକାଲି ରାତି ୭.୩୦ରୁ ୮ଟା ମଧ୍ୟରେ ଆଫଗାନିସ୍ତାନ କାବୁଲ ବିମାନବନ୍ଦର ବାହାରେ ଲଗାତର ଭାବେ ଦୁଇଟି ଭୟାନକ ବିସ୍ପୋରଣ ହୋଇଥିଲା । ଏହି ବିସ୍ପୋରଣ ପଛରେ ଆଇଏସଆଇଏସର ହାତ ଥିବା ତାଲିବାନ କହିଥିଲା । ବିସ୍ପୋରଣରେ ୧୩ ଜଣ ଆମେରିକୀୟ ସେନା ପ୍ରାଣ ହରାଇଥିବା ବେଳେ ମୋଟ ୧୦୩ ଜଣ ନାଗରିକଙ୍କ ଜୀବନ ଯାଇଛି । ଏହାକୁ ନେଇ ଏବେ ଆଫଗାନରେ ରହୁଥିବା ବିଭିନ୍ନ ଦେଶର ନାଗରିକମାନଙ୍କୁ କିଭଳି ନିଜ ଦେଶକୁ ଫେରାଇ ଅଣାଯାଇ ପାରିବ ତାହା ଉପରେ ଆଲୋଚନା ଚାଲିଛି । ଠିକ୍ ଏତିକି ବେଳେ କାଜାକିସ୍ତାନ ସେନା ଗୋଦାମରେ ବିସ୍ପୋରଣ ଘଟିବା ଓ ୯ଜଣଙ୍କ ଜୀବନ ଯିବା ଭଳି ଦୁଃଖଦ ଖବର ଆସିଛି ।

Leave a Reply

%d bloggers like this: