ଦୃଷ୍ଟିହୀନା ହିମାନୀ କେବିସିର ପ୍ରଥମ କୋଟିପତି

ଦୃଷ୍ଟିହୀନା ହିମାନୀ କେବିସିର ପ୍ରଥମ କୋଟିପତି

ଦୃଷ୍ଟିହୀନା ହିମାନୀ କେବିସିର ପ୍ରଥମ କୋଟିପତି

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୨୭ : କୈାନ୍ ବନେଗା କରୋଡ଼ପତି ଚଳିତ ତଥା ୧୩ତମ ସିଜିନ୍ ଆରମ୍ଭ ହୋଇଯାଇଛି । ଶୋ’ର ପ୍ରିମିୟର୍‌ର କିଛି ଦିନ ପରେ ଏହି ସିଜିନ୍‌ର ପ୍ରଥମ କୋଟିପତି ବିବେଚିତ ହୋଇଥିବା ଜଣାଯାଏ । ଅର୍ଥାତ୍ ଆଗ୍ରାର ଦୃଷ୍ଟିହୀନ ହିମାନୀ ବୁନ୍ଦେଲା ୧ କୋଟି ଟଙ୍କା ପ୍ରଶ୍ନର ସଠିକ୍ ଉତ୍ତର ଦେଇ କୋଟିପତି ହୋଇଛନ୍ତି ।

୨୩ ଅଗଷ୍ଟରେ ଏହି ଶୋ’ର ପ୍ରିମିୟମ୍ ଆରମ୍ଭ ହୋଇଥିଲା । ହିମାନୀ ବୁନ୍ଦେଲାଙ୍କ ଏପିସୋଡ୍ ୩୦-୩୧ ଅଗଷ୍ଟରେ ପ୍ରସାରିତ ହୋଇଥିବା ଜଣାଯାଏ । ୧୫ଟି ପ୍ରଶ୍ନର ସଠିକ୍ ଉତ୍ତର ଦେଇ ଏକ କୋଟି ଟଙ୍କା ଜିତିଥିବାବେଳେ ଶୋ’ର ପରବର୍ତ୍ତୀ ଏପିସୋଡ୍‌ରେ ୭ କୋଟି ଜିତିବା ପାଇଁ ଖେଳୁଥିବା ଜଣାଯାଏ । ମହିଳାଙ୍କ ଏହି ସଫଳତା ପରେ ‘କେବିସି’ ଟିମ୍ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଜଣାଯାଇଛି । ଶୋ’ର ହୋଷ୍ଟ ବିଗ୍ ବି ଅମିତାଭ ବଚ୍ଚନ ହିମାନୀଙ୍କ ହାତ ଧରି ତାଙ୍କୁ ଚୈାକିରେ ବସାଇଥିବା ଦେଖିବାକୁ ମିଳିଥିଲା ।

Leave a Reply

%d bloggers like this: