ଆଜି ଖୋଲିଛି ଧଉଳି ଶାନ୍ତିସ୍ତୁପ

ଆଜି ଖୋଲିଛି ଧଉଳି ଶାନ୍ତିସ୍ତୁପ

ଆଜି ଖୋଲିଛି ଧଉଳି ଶାନ୍ତିସ୍ତୁପ

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୨୬ : ଦୀର୍ଘ ୫ ମାସ ପରେ ଆଜି ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ଧଉଳିଗିରି । ସନ୍ଧ୍ୟାରେ ଲାଇଟ୍ ଆଣ୍ଡ ସାଉଣ୍ଡ୍ ସୋ’ର ମଜା ନେବେ ପର୍ଯ୍ୟଟକ । ପାହାଡ଼ ପାଦଦେଶରେ ଭୋଜିବାତର ଆସର ବି ଜମିବ । ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି । ତେଣୁ ସ୍ଥାନୀୟ ବ୍ୟବସାୟୀ ତଥା ଲୋକମାନେ ପର୍ଯ୍ୟଟକମାନଙ୍କ ଆଗମନରୁ ଉତ୍ସୁକତାର ସହ ଅପେକ୍ଷା କରି ରହିଛନ୍ତି ।

ପର୍ଯ୍ୟଟକଙ୍କ ପାଇଁ ଶାନ୍ତିସ୍ତୁପ ଖୋଲାଯିବା ନେଇ ଗତ ୨୩ ତାରିଖଠାରୁ ଅମୁମତି ପତ୍ର ମିଳିସାରିଛି । ପ୍ରସ୍ତୁତି ସରିବା ପରେ ଆସନ୍ତାକାଲିଠାରୁ ବିଧିବଦ୍ଧ ଭାବେ ପର୍ଯ୍ୟଟକଙ୍କୁ ପୂର୍ବାହ୍ନ ୧୦ ଟା ପରଠାରୁ ବୁଲିବା ପାଇଁ ଅନୁମତି ଦିଆଯିବ ବୋଲି ଭୁବନେଶ୍ୱର ପର୍ଯ୍ୟଟନ ଅଧିକାରୀ ରଞ୍ଜନ କୁମାର ବାରିକ କହିଛନ୍ତି । ଶ୍ରୀ ବାରିକଙ୍କ ସୁଚନାନୂସାରେ, ପର୍ଯ୍ୟଟକମାନେ ହାତ ସାନିଟାଇଜ୍ କରିବା ଓ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯିବ ।

ବସ୍‌ଷ୍ଟାଣ୍ଡ ପରିସରରେ ୮ଟି ସଟଲ୍ ବସ୍ ଚଳାଚଳ କରିବ । ତେବେ ପର୍ଯ୍ୟଟକଙ୍କ ପାଇଁ ବଡ଼ ଖବର ହେଉଛି ଶାନ୍ତିସ୍ତୂପରେ ଲାଇଟ୍ ଆଣ୍ଡ୍ ସାଉଣ୍ଡ୍ ସୋ’ ପ୍ରଦର୍ଶନ ହେବ । ସନ୍ଧ୍ୟା ସାଢ଼େ ୬ଟାରୁ ୭ଟା ୫ ମିନିଟ୍ ପର୍ଯ୍ୟନ୍ତ ପ୍ରଥମ ସୋ’ ଏବଂ ୭ଟା ୧୫ ମିନିଟ୍‌ରୁ ୭ଟା ୫୦ମିନିଟ୍ ପର୍ଯ୍ୟନ୍ତ ଦ୍ୱିତୀୟ ସୋ’ ଚାଲିବ ବୋଲି ସୂଚନା ମିଳିଛି ।

Leave a Reply

%d bloggers like this: