ମୁଁ କିଛି ଭୁଲ୍ କହିନାହିଁ : ରାଣେ

ମୁଁ କିଛି ଭୁଲ୍ କହିନାହିଁ : ନାରାୟଣ ରାଣେ


ମୁଁ କିଛି ଭୁଲ୍ କହିନାହିଁ : ନାରାୟଣ ରାଣେ

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୨୬ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ‘ଚାପୁଡ଼ା’ ବୟାନ ମାମଲାରେ ଗିରଫ ହୋଇ ଜାମିନ ପାଇଥିବା କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ଆଜି କହିଛନ୍ତି, ‘ମୁଁ ଦେଇଥିବା ବୟାନରେ କାଏମ ରହିଛି । ମୁଁ କିଛି ଭୁଲ କହିନାହିଁ ।’ ଗତକାଲି ଗିରଫ ହୋଇଥିବା ରାଣେଙ୍କୁ ମହା ଅଦାଲତ ଗତ ରାତିରେ ଜାମିନ ପ୍ରଦାମନ କରିବା ସହ ୩୦ ଅଗଷ୍ଟ ଏବଂ ୬ ସେପ୍ଟେମ୍ବରରେ ହାଜର ହେବାକୁ କହିଛନ୍ତି, ମତେ ଯେଭଳି ଆକ୍ରୋଶମୂଳକ ଭାବେ ଗିରଫ କରାଯାଇଥିଲା ତାହା ପ୍ରତିଶୋଧ ରାଜନୀତିର ପ୍ରମାଣ ।

ତେବେ ମୁମ୍ବାଇ ହାଇକୋର୍ଟ ଗିରଫଦାରୀ ନେଇ ରୋକ୍ ଲଗାଇଛନ୍ତି ଏବଂ ସେପ୍ଟେମ୍ବର ୧୭ରେ ଶୁଣାଣିରେ ରଖିଛନ୍ତି । ସମସ୍ତ ମାମଲା ଖାରଜ କରିବା ପାଇଁ ମୁଁ ନିବେଦନ କରିଛି ବୋଲି ରାଣେ କହିଛନ୍ତି । ମୋର ଭଲ ପ୍ରକୃତିର ଫାଇଦା ଉଠାଇ କିଛି ଲୋକ ମୋ ବିରୋଧରେ ଲାଗିଛନ୍ତି, କିନ୍ତୁ ଦଳ ମୋ ସହିତ ଦୃଢ଼ ଭାବେ ରହିଛି ବୋଲି ରାଣେ କହିଛନ୍ତି । ‘ମୁଁ ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶରେ ଜନ ଆଶିର୍ବାଦ ଯାତ୍ରା ଆରମ୍ଭ କରିଥିଲେ ଏବଂ ତାହା ସଂପୂର୍ନ କରିବି’ ବୋଲି ରାମେ କହିଛନ୍ତି ।

ଉଦ୍ଧବ ଠାକରେ ପୂର୍ବରୁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଦେଇଥିବା ଏକ ବୟାନକୁ ରାଣେ ଉଲ୍ଲେଖ କରିଥିଲେ, ଯେଉଁଥିରେ ଉଦ୍ଧବ କହିଥିଲେ ଯେ ‘ଯୋଗୀଙ୍କୁ ଚପଲରେ ପିଟିବା କଥା’ ଏଭଳି ମନ୍ତବ୍ୟ ଦେଉଥିବା ଲୋକଙ୍କ ସମ୍ପର୍କରେ ମୁଁ ଅଧିକ କ’ଣ କହିବି ବୋଲି ରାଣେ କହିଛନ୍ତି ।

Leave a Reply

%d bloggers like this: