ବାଲେଶ୍ୱର ଜିଲ୍ଲାରେ ୧୦ ଶିଶୁ ପଜିଟିଭ୍ ଚିହ୍ନଟ

ବାଲେଶ୍ୱର ଜିଲ୍ଲାରେ ୧୦ ଶିଶୁ ପଜିଟିଭ୍ ଚିହ୍ନଟ

ବାଲେଶ୍ୱର ଜିଲ୍ଲାରେ ୧୦ ଶିଶୁ ପଜିଟିଭ୍ ଚିହ୍ନଟ

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୨୬ : ବାଲେଶ୍ୱର ଜିଲ୍ଲାରେ ୧୦ ଶିଶୁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହାକି ବାଲେଶ୍ୱରର ଅଭିଭାବକମାନଙ୍କ ପାଇଁ ଏବେ ଚିନ୍ତାଜନକ ବିଷୟ ହୋଇଛି । ଶିଶୁମାନଙ୍କ ମଧ୍ୟରେ ଜ୍ୱର ଅଧିକ ଦିନ ଧରି ରହିବା ପରେ କରୋନା ଲକ୍ଷଣ ଥିବା ଯୋଗୁଁ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପରେ ପଜିଟିଭ ଆସିଥିଲା ।

ବର୍ତ୍ତମାନ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟର ଏସ୍‌ଏନ୍‌ସିୟୁ ୱାର୍ଡରେ ୪ଜଣ ଶିଶୁଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ୬ ଜଣ ଶିଶୁଙ୍କୁ ରେଡ କ୍ରସ୍ କ୍ୟାବିନରେ ଚିକିତ୍ସା କରାଯାଉଛି । ଚିକିତ୍ସିତ ଶିଶୁମାନେ ସେତେଟା ଗୁରୁତର ନଥିବା ସିଡିଏମ କହିଛନ୍ତି । ଆଗାମୀ ୧୫ ଦିନ ଭିତରେ ଯଦି ଶିଶୁମାନେ ମଧ୍ୟରେ ଯଦି ଏହି କ୍ରମରେ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଏ ତେବେ ଏହାକୁ ନେଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତୀକ୍ଷ୍‌ଣ ନଜର ରଖିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଦୁଲାଲସେନ ଜଗତ ଦେବ ପ୍ରକାଶ କରିଛନ୍ତି ।

Leave a Reply

%d bloggers like this: