ପରୀକ୍ଷା ଦାବିରେ ତାତିଲେ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନ ଲ’ କଲେଜ ଛାତ୍ରଛାତ୍ରୀ : ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ଆଗରେ ଦେଲେ ଧାରଣା

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୨୩ : ପରୀକ୍ଷା ଦାବିରେ ତାତିଲେ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନ ଲ’ କଲେଜ ଛାତ୍ରଛାତ୍ରୀ । ତୁରନ୍ତ ପରୀକ୍ଷା କରାଇବାକୁ କଲେ ଦାବି । ଏନେଇ ପୂର୍ବରୁ କୋର୍ଟରେ ଅଭିଯୋଗ କରାଯାଇଥିଲା । ଅଭିଯୋଗ ମୁତାବକ କୋର୍ଟ ମଧ୍ୟ କୁଳପତିଙ୍କୁ ନିର୍ଦ୍ଦେଶ ଦେଇଥିଲେ ପିଲାଙ୍କର ଭବିଷ୍ୟତ ପାଇଁ ଖୁବଶୀଘ୍ର ନିଷ୍ପତ୍ତି ନେବା ସହ ପରୀକ୍ଷା କରାଯାଉ । କୋର୍ଟଙ୍କ ନିର୍ଦ୍ଦେଶକୁ ୭ ମାସ ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୈାଣସି ନିଷ୍ପତ୍ତି ହୋଇନଥିବା ଛାତ୍ରଛାତ୍ରୀ କଲେ ଅଭିଯୋଗ ।

୨ ବର୍ଷର ସେମିଷ୍ଟାର ମାର୍କସିଟ ଏ ପର୍ଯ୍ୟନ୍ତ ବାହାରିନି କି ୨ ବର୍ଷ ମଧ୍ୟରେ ଗୋଟିଏ ବି ପରୀକ୍ଷା ହୋଇନି । ଯାହା ପାଇଁ ୩ ବର୍ଷର ପିଲାମାନେ ପ୍ରଭାବିତ ହେଉଛନ୍ତି । ଏଥିପାଇଁ ଆଜି ବିଶ୍ୱ ବିଦ୍ୟାଳୟର ମୁଖ୍ୟ ଫାଟକ ସାମ୍ନାରେ ବ୍ୟାନର ଧରି ଧାରଣା ଦେଇଛନ୍ତି ଛାତ୍ରଛାତ୍ରୀ । ଦାବି ରଖିଛନ୍ତି ତୁରନ୍ତ ବିଶ୍ୱ ବିଦ୍ୟାଳୟର କୁଳପତି ଓ ପରୀକ୍ଷଣ ନିୟନ୍ତ୍ରକ ଆସି ଆଲୋଚନା କରନ୍ତୁ ଏବଂ ଏହାର ସମାଧାନ କରନ୍ତୁ ।

Leave a Reply

%d bloggers like this: