ଆଜିଠୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ

ଆଜିଠୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ

ଆଜିଠୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୨୩ : ଆଜିଠୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ଆରମ୍ଭ । କରୋନା କଟକଣା ହଟିବା ପରେ ପ୍ରାୟ ୪ ମାସ ପରେ ସାରାଦେଶରେ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରିବାର ସୈାଭାଗ୍ୟ ଲାଭ କରିବେ ।

ସର୍ବସାଧାରଣଙ୍କ ଦର୍ଶନ ପାଇଁ କଡ଼ା କଟକଣା ଲାଗୁ କରାଯାଇଛି । କରୋନା ସଂକ୍ରମଣ ଏଡ଼ାଇବା ପାଇଁ ଶ୍ରୀମନ୍ଦିରରେ ପ୍ରବେଶ ପୂର୍ବରୁ ଶ୍ରଦ୍ଧାଳୁଙ୍କୁ ୯୬ ଘଣ୍ଟା ଭିତରର କୋଭିଡ୍ ନେଗେଟିଭ୍ ରିପୋର୍ଟ ଅବା କୋଭିଡ୍ ଡବଲ୍ ଡୋଜ୍ ଟିକା ପ୍ରମାଣ ପତ୍ର ଦେଖାଇବା ବାଧ୍ୟତାମୂଳକ କରାଯାଇଛି । ଶୃଙ୍ଖଳିତ ଦର୍ଶନ ତଥା ଭିଡ଼ ନିୟନ୍ତ୍ରଣ ପାଇଁ ବାରିକେଟ୍ ସହ ଭକ୍ତଙ୍କ ପ୍ରବେଶ ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରୁ ୫ଟି ଧାଡି଼ ବ୍ୟବସ୍ଥା କରାଯାଇଛି ।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ଏସ୍‌ଓପି ଅନୁଯାୟୀ, ଭକ୍ତମାନେ ସିଂହଦ୍ୱାର ଦେଇ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ ସାରିବା ପରେ ଉତ୍ତର ଦ୍ୱାର ଦେଇ ବାହାରିବେ । ଶ୍ରୀମନ୍ଦିର ଭିତରେ ଓ ବାହାରେ ମାସ୍କ ପରିଧାନ କରିବେ । ସାମାଜିକ ଦୂରତା ରକ୍ଷା ସହ ହାତ ସାନିଟାଇଜ୍ କରିବେ । ଅରୁଣ ସ୍ତମ୍ଭ, ଗରୁଡ଼ ସ୍ତମ୍ଭ ସହ ଶ୍ରୀମନ୍ଦିର ଭିତରେ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ସ୍ପର୍ଶ ସହ ଦୀପ, ଧୂପ, ଫୁଲ, ଭୋଗ ଆଦି ନେବାରେ କଟକଣା ଲଗାଯାଇଛି । ଭକ୍ତମାନେ ଆନନ୍ଦବଜାରରୁ ମହାପ୍ରସାଦ କିଣିପାରିବେ, କିନ୍ତୁ ଶ୍ରୀମନ୍ଦିର ଭିତରେ ଖାଇ ପାରିବେନାହିଁ ।

Leave a Reply

%d bloggers like this: