ଅପରେସନ ହ୍ୱାଇଟ୍ ସ୍ପାଇଡର : ଆଉ ଜଣେ ଧଳା ଜହର ବେପାରୀ ଗିରଫ

ଅପରେସନ ହ୍ୱାଇଟ୍ ସ୍ପାଇଡର : ଆଉ ଜଣେ ଧଳା ଜହର ବେପାରୀ ଗିରଫ

ଅପରେସନ ହ୍ୱାଇଟ୍ ସ୍ପାଇଡର : ଆଉ ଜଣେ ଧଳା ଜହର ବେପାରୀ ଗିରଫ

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୨୩ : କମିଶନରେଟ ପୋଲିସ ଚଳାଇଥିବା ଅପରେସନ ହ୍ୱାଇଟ୍ ସ୍ପାଇଡର ଅଭିଯାନରେ ସହିଦ ନଗର ଥାନା ପୋଲିସ ଆଉ ଜଣେ ଧଳାଜହର ବେପାରୀକୁ ଗିରଫ କରିଛି । ତାଙ୍କ ନାମ ଖଣ୍ଡି ଓରଫ୍ ବାପି ଓରଫ୍ ନୃସିଂହ ସାହୁ । ଘର ପୁରୀ କାକଟପୁର ଅନ୍ତର୍ଗତ ବାଜପୁର ଗ୍ରାମରେ । ସେ ପଥରବନ୍ଧ । ବସ୍ତିରେ ରହୁଥିଲେ ।

ପୋଲିସ ସୂଚନା ଅନୁଯାୟୀ, ଗତ ୧୩ ତାରିଖରେ ସହିଦନଗର ଥାନା ପୋଲିସ ଶାନ୍ତିପଲ୍ଲୀ ବସ୍ତିରେ ଚଢ଼ଉ କରି ୪ ନିଶା ମାଫିଆକୁ ଗିରଫ କରିବା ସହ ୨୬ ଲକ୍ଷ ଟଙ୍କାର ଧଳା ଜହର ଓ ୫୧ ହଜାର ଟଙ୍କା ଜବତ କରିଥିଲା । ପୋଲିସ ହାତରେ ଘରା ପଡ଼ିଥିବା ଏହି ଗ୍ୟାଙ୍ଗ୍‌ର ଖଣ୍ଡି ଫେରାର୍ ହୋଇଯାଇଥିଲେ । ଗତକାଲି ରାତିରେ ତାଙ୍କୁ ସହିଦନଗର ଥାନା ପୋଲିସ ପଥରବନ୍ଧ ବସ୍ତିରୁ ଗିରଫ କରିଥିଲା । ରବିବାର ଦିନ ଖଣ୍ଡିଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି ।

Leave a Reply

%d bloggers like this: